Below header

ସ୍ପ୍ରେ କରି ଲୁଟି ନେଉଥିଲା ଲୁଟେରା ମାଡ଼ିବସିଲେ ସ୍କୁଲ୍‌ ଛାତ୍ର

ବାହାଦୁରୀ ଦେଖାଇଛନ୍ତି ସ୍କୁଲ୍‌ ପିଲା । ସ୍ପ୍ରେ କରି ଲୁଟି ନେଉଥିଲା ଲୁଟେରା ମାଡ଼ିବସିଲେ ସ୍କୁଲ୍‌ ବାଳକ ।ଏହି ଲୁଟେରାଙ୍କ ଟେର୍‌ ପୋଲିସ ପାଉନଥିବା ବେଳେ ସ୍କୁଲ୍‌ ପିଲା ମାନେ ଆଜି ଯାହା କରି ଦେଖାଇଛନ୍ତି ତାହା ଆପଣ ଜାଣିଲେ ବାଃ ବାଃ ନକରି ରହିପାରିବେନି ।

ଭୁବନେଶ୍ୱର: ମାର୍କେଟରେ ଦିନକୁ ଦିନ ଲୁଟ୍‌ ପାତ୍‌ ହେଉଥିବା ବେଳେ ଲୁଟେରାଙ୍କ ବିତ୍ପାତ ବଢ଼ିଚାଲିଛି। ଯେଉଁଥିରେ ଅତିଷ୍ଠ ହୋଇପଡ଼ିଛନ୍ତି ସାଧାରଣ ଲୋକେ। କିନ୍ତୁ ଏହି ଲୁଟେରାଙ୍କ ଟେର୍‌ ପୋଲିସ ପାଉନଥିବା ବେଳେ ସ୍କୁଲ୍‌ ପିଲା ମାନେ ଆଜି ଯାହା କରି ଦେଖାଇଛନ୍ତି ତାହା ଆପଣ ଜାଣିଲେ ବାଃ ବାଃ ନକରି ରହିପାରିବେନି । ସତରେ ଏହି ସ୍କୁଲ୍‌ ପିଲା ମାନେ ସାହାସ ଜୁଟାଇ ପୋଲିସ୍‌କୁ ପଛରେ ପକାଇଛନ୍ତି । ଆଉ ଆଜି ଯାହା କରିଛନ୍ତି ସେତିକି କରିବା ପାଇଁ ଆପଣଙ୍କର ହୁଏତ ସାହସ ହେଉନଥିବ କିନ୍ତୁ ତାହା କରି ଦେଖାଇଛନ୍ତି ସ୍କୁଲ ବାଳକ । ବାହାଦୁରୀ ଦେଖାଇଛନ୍ତି ସ୍କୁଲ୍‌ ପିଲା । ସ୍ପ୍ରେ କରି ଲୁଟି ନେଉଥିଲା ଲୁଟେରା ମାଡ଼ିବସିଲେ ସ୍କୁଲ୍‌ ବାଳକ ।

ଆପଣ ଭାବୁଥିବେ ଏ କୁନି କୁନି ପିଲା କଣ ଏମିତି କରିଛନ୍ତି ଯେ, ଯାହା ପାଇଁ ଆମେ ଏତେ ପ୍ରଶଂସା କରୁଛୁ । ପ୍ରକୃତରେ ଘଟଣା ହେଉଛି ପଳାସୁଣି sbi ପାଖ ସୁନା ଦୋକାନର ସମ୍ମୁଖର । ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଲୁଟେରାକୁ କାବୁ କରିଛନ୍ତି ସ୍କୁଲ ପିଲା । ସ୍କୁଲ୍‌ ପିଲାଙ୍କୁ ସହଯୋଗ କରି ସଙ୍ଗେ ସଙ୍ଗେ ଧାଇଁ ଆସିଥିଲେ ଆଖପାଖର ଲୋକ । ଆଉ ଏହି ଯୁବକଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ତେବେ ଏହି ଲୁଟେରା ଜଣକ ଦେଖିବାକୁ ତ ପୂରା ଭଦ୍ରଲୋକ ପରି ଲାଗୁଛନ୍ତି । କିନ୍ତୁ ଯୁବକ ଜଣକ ଏଭଳି କାଣ୍ଡ କରିଛନ୍ତି ଯାହା ଶୁଣିଲେ ଆପଣ ବି ରାଗିଯିବେ । ଯୁବକ ଜଣକ ଖଇରି ରଙ୍ଗର ଫୁଲ୍‌ ସାର୍ଟ ପିନ୍ଧିଥିବା ବେଳେ ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି । ହାତରେ ଧରିଛନ୍ତି ମୋବାଇଲ୍‌ । କିନ୍ତୁ ସେ ଆଜି ଚୋରି କରି ଲୋକଙ୍କ ହାବୁଡ଼ରେ ପଡ଼ିଯାଇଛନ୍ତି । ହାତରେ ସ୍ପ୍ରେ ଧରି ଦୋକାନୀଙ୍କ ଆଖିକୁ କରିଥିଲେ ସ୍ପ୍ରେ । ଆଉ ଦୋକାନ ରୁ ଜିନିଷ ନେଇ ଚମ୍ପଟ ମାରୁତିବା ବେଳେ ମାଡ଼ି ବସିଥିଲେ ରାସ୍ତାରେ ଯାଉଥିବା ସ୍କୁଲ ପିଲା । ପରେ କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି । ତା ପରେ ଲୋକମାନେ ମଞ୍ଚେଶ୍ୱର ପୋଲିସ ଖବର ଦେଇଥିଲେ ।ଏନେଇ ଲୁଟେରାକୁ ପୋଲିସ କାବୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.