ସୁବର୍ଣ୍ଣପୁର ଜିଲ୍ଲାରେ ମୁକୁଳା ବୋରୱେଲ ନେଉଛି ଜୀବନ, କେବେ ସୁଧୁରିବ ବ୍ୟବସ୍ଥା?

ଚାଷ ଜମିରେ ଖୋଲା ମୁକୁଳା ହୋଇ ପଡି ରହିଛି ଗଭୀର ନଳକୂପ ବା ବୋରୱେଲ୍। ନାଁ ଉପରେ ଢାଙ୍କୁଣି ଅଛି ନାଁ ଚାରି କଡରେ ଅଛି ବାଡବତା। ଅନାବନା ଘାସ ଭିତରେ ରହିଥିବା ବୋରୱେଲ୍ ର ଚାରିପଟ ମଧ୍ୟ ପୁରା ଖୋଲା ରହିଥିବା ଦେଖଇବାକୁ ମିଳିଛି । ଯଦି କେହି ଗଳି ପଡିବ ତାହେଲେ ଅବସ୍ଥା କଣ ହେବ ଥରେ ଚିନ୍ତା କଲେ ।

ସୁବର୍ଣ୍ଣପୁର(କେନ୍ୟୁଜ): ଚାଷ ଜମିରେ ଖୋଲା ମୁକୁଳା ହୋଇ ପଡି ରହିଛି ଗଭୀର ନଳକୂପ ବା ବୋରୱେଲ୍। ନାଁ ଉପରେ ଢାଙ୍କୁଣି ଅଛି ନାଁ ଚାରି କଡରେ ଅଛି ବାଡବତା। ଅନାବନା ଘାସ ଭିତରେ ରହିଥିବା ବୋରୱେଲ୍ ର ଚାରିପଟ ମଧ୍ୟ ପୁରା ଖୋଲା ରହିଥିବା ଦେଖଇବାକୁ ମିଳିଛି । ଅସବଧାନତା ବଶତଃ ଏହି ଗାତରେ ଯଦି କେହି ଗଳି ପଡିବ ତାହେଲେ କଣ ହେବ? ଏହି ଦୃଶ୍ୟ ହେଉଛି ସୋନପୁର ବ୍ଲକ କସୁରପାଲି ଗାଁର। ଗୋଟିଏ କି ଦୁଇଟି ନୁହେଁ ଏହି ଗାଁରେ ପାଖା ପାଖି ୮ ଟି ଗଭୀର ନଳକୂପର ଏକା ଅବସ୍ଥା ।

ଏହା ହେଉଛି ସେହି ଗାଁ ଯେଉଁ ଗାଁରୁ ନିଜ ଝିଅ ଘରୁ ବେଣା କାଟିବାକୁ ଯାଇ ପାଖ କଇଁଫୁଲ ଗାଁରେ ଏକ ପରିତ୍ୟକ୍ତ ଗଭୀର ନଳକୂପରେ ଖସିପଡି ମୃତ୍ୟୁବରଣ କରିଥିଲେ ଦୁଃଖି ନାଏକ। ଆଖପାଖରେ ଅନେକ ସ୍ଥାନରେ ଏହିଭଳି ଗଭୀର ନଳକୂପକୁ ଖୋଳି ପକାଇଦେଇଛି ଉଠା ଜଳସେଚନ ବିଭାଗ। ଯାହା ଫଳରେ ଅକାରଣେ ଦୁଃଖି ନାଏକ ପ୍ରାଣହାନୀ ଘଟିଛି। ଯଦି ବିଭାଗ ପକ୍ଷରୁ ନଳକୂପକୁ ଏହିଭଳି ଛଡାଯାଇନଥାନ୍ତା ତାହେଲେ ଦୁଃଖିଙ୍କ ଅବସ୍ଥା ଏଭଳି ହୋଇନଥାନ୍ତା ବୋଲି ପରିବାର ଲୋକ ଏବଂ ବୁଦ୍ଧିଜୀବୀ ଅଭିଯୋଗ କରିବାସହ ସେମାନଙ୍କ ପାଇଁ କ୍ଷତିପୁରଣ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।

ମୁକୁଳା ଗଭୀର ନଳକୂପରେ ପଡି ଦୁଃଖି ନାଏକଙ୍କ ମୃତ୍ୟୁ ପରେ ସବୁଆଡେ ଏନେ ଚର୍ଚ୍ଚା। ସୋନପୁର ସହରର ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ଏନେଇ ସୋନପୁର ଥାନାରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିସାରିଛନ୍ତି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏହିଭଳି ମୁକୁଳା ହୋଇ ପଡିରହିଥିବା ଗଭୀର ନଳକୂପକୁ ତୁରନ୍ତ ସରୁକ୍ଷିତ ଭାବେ ରଖିବାକୁ ସେ ଦାବୀ କରିଛନ୍ତି। ସେପଟେ ଘଟଣାକୁ ଗୁରୁତ୍ଵର ସହ ନେଇଛି ବିଭାଗ। କିଭଳି ଓ କେଉଁ ପରିସ୍ଥିତିରେ ନଳକୂପରେ ପଡି ଦୁଃଖିଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ କରିବାକୁ ଉଠାଜଳସେଚନ ବିଭାଗର ଅଧ୍ୟକ୍ଷ ମଧ୍ୟ ତଦନ୍ତ ନିରର୍ଦ୍ଦେଶ ଦେଇସାରିଛନ୍ତି। ଏପଟେ ଘଟଣାକୁ ଗୁରୁତର ସହ ନେଇଛୁ ଏବଂ ଜିଲ୍ଲାରେ ଯେଉଁଠି ବି ଏହିଭଳି ଅସୁରକ୍ଷିତ ଭାବେ ନଳକୂପ ରହିଛି ତାକୁ ତୁରନ୍ତ ବ୍ୟବସ୍ଥା କରିବୁବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

borewell

ମିଳିଥିବା ସୁଚନା ଅନୁଶାରେ ୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟ ଉଠା ଜଳ ସେଚନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ୧୩୦୦ଚାଷି ଏକ ହଜାର ଟଙ୍କା ଲେଖାଁଏ ଡିପୋଜିଟ କଲାପରେ ବିଭାଗ ପକ୍ଷରୁ ଖୋଲାଇଥିଲା ଗଭୀର ନଳକୂପ। ହେଲେ ବାକି ୧୯ ହଜାର ଟଙ୍କା ଲେଖାଁଏଁ ଜମା ନକରିବାରୁ ଅନେକ ଚାଷିଙ୍କ ଖେତରେ ଏବେ ମୁକୂଳା ହୋଇ ପଡି ରହିଛି ସେହି ଗଭୀର ନଳକୂପ। ୨୦୧୪-୧୫ ଆର୍ଥିକ ବର୍ଷରେ ୮୪୦ ଟି ବୋରଓେଲ ମଧ୍ୟରୁ ୫୨୩ ଟି ସଚଳ ଏବଂ ୩୧୭ଟି ଅଚଳ ରହିଥିବା ବିଭାଗ ପକ୍ଷରୁ ସୁଚନା ମିଳିଛି ା ୨୦୧୩ ପୂର୍ବରୁ ୨୬୦୧ ଟି ଗଭୀର ନଳକୂପ ଚାଷିଙ୍କ ବିଳରେ ଖୋଲାଯାଇଥିବା ବେଳେ ସେଥି ମଧ୍ୟରୁ କେତେ ସଚଳ କେତେ ଅଚଳ ତାହା ବିଭାଗ ପାଖରେ ଖବର ନଥିବା ଜଣାଯାଇଛି। ସେପଟେ ଜିଲ୍ଲାରେ ଯେତେବି ମୁକାଳା ଗଭୀର ନଳକୂପ ରହିଛି ସେସବୁକୁ ତୁରନ୍ତ ପୋତି ଦେବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଜିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଗଭୀର ନଳକୂପ ଯେଭଳି କାହାର ମୃୃତ୍ୟୁର କାରଣ ନ ସାଯେ ସେଥିପାଇଁ ତାକୁ ସୁରକ୍ଷିତ ଭାବେ ରଖିବାକୁ ସରକାରୀ ନିର୍ଦ୍ଦେଶ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ମୁକୁଳା ବୋରୱେଲ ସୁବର୍ଣ୍ଣପୁର ଜିଲ୍ଲାରେ ନେଉଛି ଜୀବନ। ଏଦିଗରେ ପ୍ରଶସନ ତୁରନ୍ତ ପଦକ୍ଷପ ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.