Below header

ସଂସଦର ସ୍ବତନ୍ତ୍ର ଅଧିବେଶନ ନେଇ ବଢୁଛି ସସପେନ୍ସ , ଆସିପାରେ ମହିଳା ସଂରକ୍ଷଣ ବିଲ୍ !

ସଂସଦର ସ୍ବତନ୍ତ୍ର ଅଧିବେଶନ ନେଇ ବଢୁଛି ସସପେନ୍ସ । ଚର୍ଚ୍ଚା ଓ ବିତର୍କ ଜୋର ଧରିଛି । କାହିଁକି ସରକାର ଏହି ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ? ଆଗୁଆ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି । ସେହିପରି କୁହାଯାଇଛି ସ୍ବତନ୍ତ୍ର ଅଧିବେଶନରେ ସରକାର ଆଣିପାରନ୍ତି ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ଆଣି ପାରନ୍ତି ।

ନୂଆଦିଲ୍ଲୀ : ସଂସଦର ସ୍ବତନ୍ତ୍ର ଅଧିବେଶନ ନେଇ ବଢୁଛି ସସପେନ୍ସ । ଚର୍ଚ୍ଚା ଓ ବିତର୍କ ଜୋର ଧରିଛି । କାହିଁକି ସରକାର ଏହି ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ? ଆଗୁଆ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି । ସେହିପରି କୁହାଯାଇଛି ସ୍ବତନ୍ତ୍ର ଅଧିବେଶନରେ ସରକାର ଆଣିପାରନ୍ତି ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ଆଣି ପାରନ୍ତି । ଏଦିଗରେ ବହୁ ପୂର୍ବରୁ ବିଚାରବିମର୍ଶ କରୁଥିଲେ କେନ୍ଦ୍ର ସରକାର । ଆଗାମୀ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବଡ଼ ଲକ୍ଷ୍ୟ ରଖିଛି ବିଜେପି । ମହିଳା ସଶକ୍ତିକରଣକୁ ଫୋକସ କରୁଛି ଦଳ। ସେମାନଙ୍କୁ ସଂରକ୍ଷଣ ଦେଇ ନିଜ ସପକ୍ଷରେ ଆଣିବାକୁ ଯୋଜନା ଥିବା ଚର୍ଚ୍ଚା ହେଉଛି ।

ପୂର୍ବରୁ ୨୦୦୮ରେ ମନମୋହନ ସିଂହ ସରକାର ସମୟରେ ମହିଳା ସଂରକ୍ଷଣ ବିଲ୍ ଆସିଥିଲା । ରାଜ୍ୟସଭାରେ କଂଗ୍ରେସ ଦ୍ୱାରା ଆଗତ ହୋଇଥିବା ଏହି ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ବିରୋଧୀ ବିଜେପି ଏବଂ ବାମ ଦଳ ସମର୍ଥନରେ ପାରିତ ହୋଇଥିଲା । କିନ୍ତୁ ଲୋକସଭାରେ ଏହା ଆଗତ ହୋଇପାରିନଥିଲା । ବିଜେଡି ମଧ୍ୟ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଦୀର୍ଘ ଦିନ ହେବ ଦାବି କରିଆସୁଛି । ଅନ୍ତିମ ଅଧିବେଶନରେ ବିଜେଡି ସାଂସଦ ମହିଳା ସଂରକ୍ଷଣ କଥା ଉଠାଇଥିଲେ । ତେଣୁ ଏବେ ବିଜେପି ସରକାର ଯଦି ମହିଳା ସଂରକ୍ଷଣ ବିଲ୍ ଆଣୁଛି ତାହାଲେ ଏହାକୁ ନେଇ ଓଡିଶାରେ ବିଜେଡି ଶ୍ରେୟ ନେବାକୁ ପ୍ରୟାସ କରିବ ।

ବିରୋଧୀ ଇଣ୍ଡିଆ ମେଂଟରେ ଏବେ ପାଖାପାଖି ୨୮ ଦଳ ରହିଛନ୍ତି । ଏହି ସମୟରେ ସରକାର ମହିଳା ବିଲ୍ ଆଣି ଭୋଟ୍ ବ୍ୟାଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଯାହା ବିରୋଧୀ ପାଇଁ ଅଡୁଆ ସୃଷ୍ଟି କରିପାରେ । କଂଗ୍ରେସ, ସମାଜବାଦୀ ପାର୍ଟି, ପିଡିପି ସମେତ ଅନେକ ଦଳ ମୋଦୀ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ଏବଂ ଏହି ସରକାରରେ ନିର୍ଯାତନା ବଢିଛି ଦାବି କରି ଆସୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.