ଶକ୍ତି କ୍ଷେତ୍ରରେ ଆମେରିକା ଓ ଭାରତ ମଧ୍ୟରେ ସହଭାଗିତା ବଢିବ, ଆମେରିକାର ତୈଳ ଓ ଗ୍ୟାସ ସିଇଓଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍ (ବ୍ୟୁରୋ): ଶକ୍ତି କ୍ଷେତ୍ରରେ ଆମେରିକା ଓ ଭାରତ ମଧ୍ୟରେ ସହଭାଗିତା ବଢିବ। ଏ ନେଇ ଆମେରିକାର ତୈଳ ଓ ଗ୍ୟାସ କ୍ଷେତ୍ରର ସିଇଓଙ୍କ ସହ ଗୋଲ ଟେବୁଲ ବୈଠକରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶକ୍ତି ସୁରକ୍ଷା ଓ ମିଳିତ ନିବେଶ କିଭଳି ବୃଦ୍ଧି ପାଇବ, ସେ ସଂପର୍କରେ ଆଲୋଚନା ହୋଇଛି। ବେଶ ଭଲ ଆଲୋଚନା ହୋଇଥିବା ବୈଠକ ଶେଷରେ କହିଛନ୍ତି ମୋଦି। ବିଶ୍ୱସ୍ତରୀୟ ୧୭ଟି ଶକ୍ତି କମ୍ପାନୀର ସିଇଓ ବୈଠକରେ ଯୋଗ ଦେଇଥିଲେ। ଏହି କମ୍ପାନୀମାନେ ୧୫୦ଟି ଦେଶରେ ୧ ଟ୍ରିଲିଅନ ଆମେରିକୀୟ ଡଲାରର ବ୍ୟବସାୟ କରୁଛନ୍ତି। ବୈଠକ ପରେ ଆମେରିକାର ଏକ ନାଚୁରାଲ ଗ୍ୟାସ କମ୍ପାନୀ ସହ ଭାରତର ପେଟ୍ରୋନେଟ୍‌ ଏଲଏନ୍‌ଜି ଲିମିଟେଡ୍‌ ସହ ଚୁକ୍ତି ସ୍ୱାକ୍ଷର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.