Below header

ଅଚାନକ ରାସ୍ତା ଉପରକୁ ଆସିଗଲେ ଶତାଧିକ ମୟୂର, ପୁଚ୍ଛ ମେଲାଇ କଲେ ଏମିତି ଡ୍ୟାନ୍ସ; ଦେଖନ୍ତୁ ଭିଡିଓ

କରୋନା ଭାଇରସ୍‌ ମଧ୍ୟରେ ମେ ୩୧ ଯାଏଁ ଦେଶକୁ ଲକ୍‌ଡାଉନ୍‌ କରିଦିଆଯାଇଛି। କିନ୍ତୁ ଚଳିତଥର ଲକ୍‌ଡାଉନ୍‌ରେ ସରକାର କେତେକ ନିୟମକୁ କୋହଳ କରିଛନ୍ତି। ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଟ୍ରାଫିକ୍‌ ଜାମ୍‌ ବେଳର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ମଣିଷ ନୁହେଁ ବରଂ ରାସ୍ତା ଉପରେ ଶତାଧିକ ମୟୂର ଆସି ରାସ୍ତା ଜାମ୍‌ କରୁଛନ୍ତି। ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ ଅଫିସର ପ୍ରବୀଣ କାସବାନ୍‌ ସେୟାର କରିଛନ୍ତି। ମୟୂରମାନେ ରାସ୍ତାରେ ବସିବା ଫଳରେ ରାସ୍ତା ବନ୍ଦ ହୋଇଯାଉଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ରାସ୍ତା ଉପରେ ଶତାଧିକ ମୟୂର ବସିଛନ୍ତି। ଏହି ସମୟରେ ଏକ କାର ଆସୁଛି। ଗାଡ଼ିକୁ ଦେଖି ମୟୂରମାନେ ରାସ୍ତା ଫାଙ୍କା କରୁଛନ୍ତି। ସେଠାରେ ଏକ ମୟୂର ପୁଚ୍ଛ ମେଲାଇ ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। କାରରେ ଥିବା ବ୍ୟକ୍ତି ଏହି ଭିଡିଓକୁ ସୁଟିଂ କରିଛନ୍ତି। ଭିଡିଓକୁ ସେୟାର କରି ପ୍ରବୀଣ କ୍ୟାପସନ୍‌ରେ ଲେଖିଛନ୍ତି ‘ଜାତୀୟ ପକ୍ଷୀଙ୍କ ଦ୍ୱାରା ସୁନ୍ଦର ଟ୍ରାଫିକ୍‌ ଜାମ୍‌’। ଭିଡିଓଟି ରାଜସ୍ଥାନର ବୋଲି କୁହାଯାଉଛି।


ଭିଡିଓଟିକୁ ମେ’ ୧୭ ତାରିଖରେ ସେୟାର କରାଯାଇଥିବା ବେଳେ ଏବେ ଯାଏଁ ଏହାକୁ ୧.୩ ଲକ୍ଷ ଥର ଦେଖାସରିଲାଣି। ସେହିପରି ୧୨ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମଧ୍ୟ ମିଳିଛି। ଲୋକମାନେ ମଧ୍ୟ ଭିଡିଓକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ଲୋକେ ଭିଡିଓକୁ ଶତାଧିକ ଥର ରିଟ୍ଵିଟ୍‌ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.