ଫଇଜଲ୍‌ ସିଦ୍ଦିକ୍‌ଙ୍କ ଟିକ୍‌ଟକ୍‌ ଭିଡିଓ ଦେଖି ରାଗି ଲାଲ୍‌ ହେଲେ ସୋନା ମହାପାତ୍ର, କହିଲେ ଏପରି କଥା

ନୂଆଦିଲ୍ଲୀ : ଫଇଜଲ୍‌ ସିଦ୍ଦିକଙ୍କ ଏକ ଟିକ୍‌ଟକ୍‌ ଭିଡିଓକୁ ସୋସିଆଲ୍‌ ମଡିଆରେ ଦୃଢ଼ ବିରୋଧ କରାଯାଇଛି । ଫଇଜଲ୍‌ଙ୍କ ଏହି ଭିଡିଓ ଅପ୍‌ଲୋଡ୍‌ କରିବା ପରେ ଲୋକେ ଏହାକୁ ବ୍ୟାନ୍‌ କରିବା ଆରମ୍ଭ କରିଦେଇଛନ୍ତି ।

ଫଇଜଲ୍‌ ତାଙ୍କର ଏହି ଭିଡିଓରେ ଜଣେ ମହିଳାଙ୍କ ଉପରକୁ ଏସିଡ୍‌ ପକାଇ ଅପମାନ କରିବା ଦେଖାଯାଇଛି । ପ୍ରଖ୍ୟାତ ଗାୟୀକା ସୋନା ମହାପାତ୍ର ମଧ୍ୟ ଏହାକୁ ଦୃଢ଼ ବିରୋଧ କରିଛନ୍ତି । ସୋନା ମହାପାତ୍ର ତାଙ୍କ ଟ୍ଵିଟର୍‌ରେ କହିଛନ୍ତି ‘ ଏହି ଭିଡିଓ ଲଜ୍ଜାଜନକ ।

sonam-2

ମହିଳାଙ୍କ ବିରୋଧରେ ହିଂସାକୁ ଉସୁକାଉ ଥିବା ଫଇଜଲ୍‌ଙ୍କ ଏହି ଭିଡିଓକୁ ସମସ୍ତେ ବିରୋଧ କରିବାକୁ ସୋନା ଲୋକଙ୍କୁ ଆହ୍ଵାନ କରିଛନ୍ତି । ଫଇଜଲ୍‌ ତାଙ୍କର ଭିଡିଓରେ ଜଣେ ମହିଳାଙ୍କ ଉପରକୁ ଏସିଡ୍‌ ଫିଙ୍ଗୁଥିବା ଦେଖାଯାଇଛି ।

ଯାହାକୁ କେବଳ ସୋନା ନୁହଁନ୍ତି ଅନେକ ୟୁଜର୍ସ ମଧ୍ୟ ଫଇଜଲ୍‌ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସୋନାଙ୍କ ପ୍ରତିକ୍ରିୟାରେ ଫଇଜଲ୍‌ କହିଛନ୍ତି ଯେ ଭାରତରେ ମହିଳାଙ୍କୁ ଅପମାନ କରିବା ସାଧାରଣ କଥା । ଯଦି ସୋନା ମୋତେ କହୁଛନ୍ତି ତେବେ ସଲମାନ୍‌ ଖାଁଙ୍କୁ ମଧ୍ୟ କୁହନ୍ତୁ ।

ସୋନା ମହାପାତ୍ର ମଧ୍ୟ ସଲ୍‌ମାନ୍‌ଙ୍କ ଏହି ଫିଲ୍ମକୁ ବିରୋଧ କରିଛନ୍ତି । ଯେଉଁଥିରେ ଏକ ସିନ୍‌ରେ ଅଭିନେତ୍ରୀଙ୍କୁ ବୋତଲ୍‌ରେ ସଲ୍‌ମାନ୍ ପିଟି ଥିଲେ । ସଲ୍‌ମାନ୍‌ଙ୍କୁ ମଧ୍ୟ ବିରୋଧ କରିବାକୁ ସୋନମ୍‌ କହିଛନ୍ତି ।

ଯେ କି ଏକ ଚଳଚ୍ଚିତ୍ରରେ ଜଣେ ଅଭିନେତ୍ରୀଙ୍କ ମୁଣ୍ଡରେ ଏକ ବୋତଲ୍‌ ବାଡ଼େଇ ଥିବାର ନଜର ଆସିଛନ୍ତି । ଆମେ ସଲ୍‌ମାନ୍‌ଙ୍କ ଫିଲ୍ମ ଦେଖି ଦେଖି ବଡ଼ ହୋଇଛୁ । ତେଣୁ ଆମେ କଲେ ଆମକୁ ଦୋଷ ଦିଆଯାଉଛି । ଏହି ଭିଡ଼ିଓକୁ ନେଇ ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମ୍ମା ମହାରାଷ୍ଟ୍ର ଡିଜିପିଙ୍କୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଟାନ ନେବାକୁ ଦାବି କରିଛନ୍ତି । ସୋନା ବିଦେଶରେ ରହୁଥିଲେ ମଧ୍ୟ ସର୍ବଦା ଭାରତର ମହିଳାଙ୍କ ସହ ଥିବା ଦେଖାଯାଇଛି ।

sona-1

ପୂର୍ବରୁ ବଲିଉଡ୍‌ ଗାୟକ ଅନୁ ମଲ୍ଲିକ ଜଣେ ଗାୟିକାଙ୍କ ପ୍ରତି କରିଥିବା ଅଶୋଭନୀୟ ଆଚରଣ ପାଇଁ ମଧ୍ୟ ବିରୋଧ କରିବାକୁ ଆଗେଇ ଆସିଥିଲେ । ଏବେ ବି ସୋସିଆଲ୍‌ ମିଡ଼ିଆରେ ଫଇଜଲ୍‌ଙ୍କୁ ବିରୋଧ କରିବାକୁ ଆଗେଇ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.