Below header

ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା, କେନ୍ଦ୍ର ସହ ରାଜ୍ୟ ସରକାର ଓ ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ

କେନ୍ୟୁଜ୍ (ବ୍ୟୁରୋ): କରୋନା ମହାମାରୀ ବ୍ୟାପୁଥିବା ସମୟରେ ରଥଯାତ୍ରାକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଜନସ୍ବାଥର୍ ମାମଲା ଦାୟର। ଏହି ଜନସ୍ବାର୍ଥ ମାମଲା ଦାୟର କରିଛି ଭାରତୀୟ ବିକାଶ ପରିଷଦ। ଏହି ଅନୁଷ୍ଠାନ ତରଫରୁ କରୋନା ମହାମାରୀ ପାଇଁ ରଥଯାତ୍ରାକୁ ବାତିଲ କରିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି।ଏଥିରେ କେନ୍ଦ୍ର ସହ ରାଜ୍ୟ ସରକାର ଓ ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।

bharatiya bikash parishad

ବର୍ତ୍ତମାନ କରୋନା ମହାମାରୀ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ। କିନ୍ତୁ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ପରିସ୍ଥିତି ଅନୁସାରେ ଏନେଇ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି।

କିଛି ଦିନ ତଳେ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କିନ୍ତୁ ରଥଯାତ୍ରା କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ସେ କହିଥିଲେ ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ରଥ ଯାତ୍ରା ଆୟୋଜନ କରାଯାଉ। ରଥଯାତ୍ରା ବନ୍ଦ ହେଲେ ଏହା ରାଜ୍ୟ ସରକାରଙ୍କ ପାଇଁ କଳଙ୍କିତ ଇତିହାସ ହେବ ବୋଲି କହିଥିଲେ। ଏଥିସହିତ ଥରେ ରଥଯାତ୍ରା ବନ୍ଦ ହେଲେ, ଆଉ ୧୨ ବର୍ଷ ହୋଇପାରିବନି ବୋଲି ସେ ପ୍ରକାଶ ଦେଇଥିଲେ।

ସେପଟେ  ଆଜିଠୁ ପୁଣି ଆରମ୍ଭ ହୋଇଛି ରଥନିର୍ମାଣ କାମ । ଗତକାଲି ଅମ୍ଫନ ବାତ୍ୟା ପାଇଁ କାମ ସ୍ଥଗିତ ରହିଥିଲା । ଏପର୍ଯ୍ୟନ୍ତ ୩ ରଥର ୪୨ଟି ଚକ ମଧ୍ୟରୁ ପ୍ରାୟ ୩୫ଟି ଚକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟ ସମସ୍ତ ଚକର ତୁମ୍ବ ନିର୍ମାଣ ସରିଥିବାବେଳେ ସେଥିରେ ପଇ, ଅର ଲଗାଇବା କାର୍ଯ୍ୟ ଜାରି ରହିଛି ।

ସେହିପରି ୩ ରଥର ଅଖ ଗୁଡିକ ନିର୍ମାଣ ଚାଲିଥିବାବେଳେ ଦଣ୍ଡା ନିର୍ମାଣ କାର୍ଯ୍ୟ ମଧ୍ୟ କରାଯାଉଛି । ରୂପକାର ସେବାୟତଙ୍କ ଦ୍ୱାରା ଖୋଦେଇ କାର୍ଯ୍ୟ କରାଯାଇ ନୃସିଂହ ମୂର୍ତ୍ତି ନିର୍ମାଣ କରାଯାଉଛି । ଆସନ୍ତା ଶତଳ ଷଷ୍ଠୀ ପୂର୍ବରୁ ସମସ୍ତ ୪୨ଟି ଚକ ନିର୍ମାଣ ଶେଷ କରାଯିବା ପରମ୍ପରା ରହିଛି । ଏଥିପାଇଁ ଜୋରସୋର କାମରେ ଲାଗିଛନ୍ତି ବିଶ୍ୱକର୍ମା ମହାରଣା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.