ଉତ୍ତର ପ୍ରଦେଶରେ ଲୋକେ ଦିନକୁ ୧୧୫ କୋଟି ଟଙ୍କାର ମଦ ପିଅନ୍ତି, ରାଜ୍ୟ ଅବକାରୀ ବିଭାଗ ତଥ୍ୟ 

ଉତ୍ତର ପ୍ରଦେଶରେ ମଦ୍ୟପାନ ମାତ୍ରା ବଢ଼ିଛି ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି । ଗତ ଦୁଇ ବର୍ଷ ତଳେ ରାଜ୍ୟରେ ଦୈନିକ ମଦ୍ୟପାନ ୮୫ କୋଟି ଟଙ୍କା ଥିବା ବେଳେ ଏବେ ଏହା ୧୧୫ କୋଟି ଟଙ୍କାରେ ପହିଞ୍ଚିଛି । ଅର୍ଥାତ ଉତ୍ତର ପ୍ରଦେଶରେ ଦୈନିକ ମଦ ପିଇବା ମାତ୍ରା ଚଳିତ ବର୍ଷ ୧୧୫ କୋଟି ଟଙ୍କାରେ ପହଞ୍ଚିଛି । ଏହି ତଥ୍ୟ ପ୍ରୟାଗରାଜ ଅବକାରୀ ମୁଖ୍ୟାଳୟ ସୂତ୍ରରୁ ଜଣାପଡିଛି ।

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ମଦ୍ୟପାନ ମାତ୍ରା ବଢ଼ିଛି ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି । ଗତ ଦୁଇ ବର୍ଷ ତଳେ ରାଜ୍ୟରେ ଦୈନିକ ମଦ୍ୟପାନ ୮୫ କୋଟି ଟଙ୍କା ଥିବା ବେଳେ ଏବେ ଏହା ୧୧୫ କୋଟି ଟଙ୍କାରେ ପହିଞ୍ଚିଛି । ଅର୍ଥାତ ଉତ୍ତର ପ୍ରଦେଶରେ ଦୈନିକ ମଦ ପିଇବା ମାତ୍ରା ଚଳିତ ବର୍ଷ ୧୧୫ କୋଟି ଟଙ୍କାରେ ପହଞ୍ଚିଛି । ଏହି ତଥ୍ୟ ପ୍ରୟାଗରାଜ ଅବକାରୀ ମୁଖ୍ୟାଳୟ ସୂତ୍ରରୁ ଜଣାପଡିଛି ।

ରାଜ୍ୟର ପ୍ରତି ଜିଲ୍ଲାରେ ଦୈନିକ ମଦ ବିକ୍ରି ହାର ୨.୫ ରୁ ୩ କୋଟି ଟଙ୍କାରେ ପହଞ୍ଚିଛି । ଗତ ଦୁଇ ବର୍ଷ ତୁଳନାରେ ରାଜ୍ୟରେ ମଦ ବିକ୍ରି ହାର ବୃଦ୍ଧି ପାଇ ୮୫ କୋଟି ଟଙ୍କାରୁ ୧୧୫ କୋଟି ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି । ବିଶେଷକରି ନୋଇଡା, ଗାଜିଆବାଦ, ଆଗ୍ରା ଓ ମେରୁଟ, ଲକ୍ଷ୍ନୌରେ ମଦ ପିଇବା ହାର ଯଥାକ୍ରମେ ଦୈନିକ ୧୩-୧୪ କୋଟି ଟଙ୍କାରୁ ୧୦-୧୨ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟର ସମୁଦାୟ ଆୟର ୪୫% ରୁ ୫୦% ଆୟ କେବଳ ମଦ ବିକ୍ରିରୁ ଆସିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.