ଇଟାଲୀର ମିଲାନ୍ରେ ଭୟଙ୍କର ବିସ୍ଫୋରଣ, ଅନେକ ଗାଡ଼ି ଜଳି ପାଉଁଶ
ଇଟାଲୀର ମିଲାନ୍ ସହରରେ ଜୋର୍ଦାର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଆଖାପାଖରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି।
ଇଟାଲୀର ମିଲାନ୍ ସହରରେ ଜୋର୍ଦାର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଆଖାପାଖରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। କୁହାଯାଉଛି କି, ପାର୍କିଂରେ ଛିଡ଼ା ହୋଇଥିବା ଏକ ଭ୍ୟାନ୍ରେ ଏହି ବିସ୍ଫୋରଣ ହୋଇଛି।
ସୂଚନା ମୁତାବକ, ମିଲାନ୍ର ପୋର୍ଟା ରୋମାନା ଅଞ୍ଚଳରେ ବିସ୍ଫୋରଣ ହୋଇଛି। ପ୍ରଥମରୁ ବିସ୍ଫୋରଣ ଛୋଟ ଥିଲା, କିନ୍ତୁ ପରେ ଭୀଷଣ ରୂପ ନେଇଥିଲା। ପ୍ରାଥମିକ ଯାଞ୍ଚରୁ ୫ ଗାଡ଼ି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ସୂଚନା ରହିଛି ଯେ ଯେଉଁ ଭ୍ୟାନ୍ରେ ବିସ୍ଫୋରଣ ହୋଇଛି, ସେଥିରେ ଅକ୍ସିଜେନ୍ ସିଲିଣ୍ଡର ରଖାହୋଇଥିଲା। ଏହି କାରଣରୁ ପ୍ରଥମେ ହୋଇଥିବା ଛୋଟ ଧମାକା ବଡ଼ ରୂପ ଧାରଣ କରିଥିଲା। ଘଟଣା ପରେ ପୋଲିସ ସତର୍କତାମୂଳକ ଭାବେ ଆଖାପାଖର ବିଲ୍ଡିଂଗୁଡ଼ିକୁ ଖାଲି କରାଇବା ଆରମ୍ଭ କରିଛି।
An explosion occurred in the center of Milan, cars are on fire.
According to preliminary information, a parked van exploded. pic.twitter.com/gSIBAYQZBu
— 301 Military (@301military) May 11, 2023