ବାତ୍ୟା ‘ମୋକା’ର ରୂପ ନେଲା ଗଭୀର ଅବପାତ,ମଧ୍ୟରାତ୍ରି ସୁଦ୍ଧା ଭୀଷଣ ରୂପ ଧାରଣ କରିବ

ଆଜି ମଧ୍ୟରାତ୍ରି ସୁଦ୍ଧା ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ । ଏହା ପରେ ଧୀରେ ଧୀରେ ରିକର୍ଭ କରିବ ମୋକା । ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢ଼ିବ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋକା । କାଲି ସନ୍ଧ୍ୟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ।

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋକା । ଆଜି ଆହୁରି ଉଗ୍ର ହେବ । ଅଧିକ ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିବ ବାତ୍ୟା । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ । ବାତ୍ୟାର ଗତିପଥ ଜାରି କରିଛି ଆମେରିକା ନୌସେନାର ଜଏଣ୍ଟ ଟାଇଫୁନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର । ଏବେ ଘଣ୍ଟାପ୍ରତି ବେଗ ରହିଛି ୮ କିଲୋମିଟର ।

ଆଜି ମଧ୍ୟରାତ୍ରି ସୁଦ୍ଧା ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ । ଏହା ପରେ ଧୀରେ ଧୀରେ ରିକର୍ଭ କରିବ ମୋକା । ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢ଼ିବ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋକା । କାଲି ସନ୍ଧ୍ୟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା । ସେତେବେଳେ ଏହାର ତୀବ୍ରତା ଢ଼େର ଅଧିକ ରହିବ । ୧୪ ତାରିଖ ସକାଳେ ସାମାନ୍ୟ ଦୁର୍ବଳ ପଡ଼ିବା ସହ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ମୁହାଁ ହେବ ମୋକା ।

୧୪ ତାରିଖ ପୂର୍ବାହ୍ଣରେ ଲାଣ୍ଡଫଲ୍‌ କରିବ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଭାବରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଆଇଏମଡି ଆକଳନ ଅନୁଯାୟୀ, ୧୪ ତାରିଖ ମଧ୍ୟାହ୍ନରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଅତିକ୍ରମ କରିବ । ବାଂଲାଦେଶର କକ୍ସ ବଜାର ଓ ମିଆଁମାରର କ୍ୟଉକପିୟୁ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟରୁ ୧୬୦ କିଲୋମିଟର ରହିବ । ଝଟକା ପବନ ଘଣ୍ଟା ପ୍ରତି ୧୭୫ କିଲୋମିଟର ରହିବ ବୋଲି ଆଇଏମଡି ଆକଳନ କରିଛି । ଆସନ୍ତା ୧୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମନା । ଓଡ଼ିଶାରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.