ଇମ୍ରାନ ଖାନଙ୍କ ଗିରଫ ବେଆଇନ, ଏକ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଇମ୍ରାନଙ୍କୁ ଘଣ୍ଟାଏ ଭିତରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ସୁପ୍ରିମକୋର୍ଟ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଭାବେ କୋର୍ଟରୁ ଉଠାଇ ନେବାକୁ ନାପସନ୍ଦ କଲେ ସୁପ୍ରିମକୋର୍ଟ ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଇମ୍ରାନଙ୍କୁ ଘଣ୍ଟାଏ ଭିତରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ସୁପ୍ରିମକୋର୍ଟ । ଏହାସହିତ ଇମ୍ରାନଙ୍କ ଗିରଫକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି, ଇମ୍ରାନ ଖାନଙ୍କୁ ଇସଲାମବାଦ ହାଇକୋର୍ଟ ପରିସରରୁ ଗିରଫ କରିବା ନ୍ୟାୟପାଳିକା ପ୍ରତିଷ୍ଠାକୁ ଆଘାତ କରୁଛି । ଶୁଣାଣି ସମୟରେ ଚିଫ ଜଷ୍ଟିସ ବନ୍ଦିୟାଲ କହିଛନ୍ତି, କୋର୍ଟରେ ଭୟର ମାହୋଲ ରହିଛି । କୋର୍ଟରୁ କିଭଳି ଜଣକୁ ଗିରଫ କରାଯାଇପାରେ ବୋଲି ପ୍ରଶ୍ନ କରିଛନ୍ତି ।

ଶୁଣାଣି କରୁଥିବା ବେଞ୍ଚ କହିଛନ୍ତି, କୋର୍ଟରୁ କାହାକୁ ମଧ୍ୟ ଗିରଫ କରାଯାଇପାରିବ ନାହିଁ । ଏନଏବି କୋର୍ଟକୁ ଅପମାନ କରିଛନ୍ତି । ତେଣୁ ଇମ୍ରାନଙ୍କୁ ଘଣ୍ଟାଏ ଭିତରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପାକିସ୍ତାନର ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଶୁଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଥିଲା । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଥିଲା ଏନଏବି । ଇସଲାମବାଦ ହାଇକୋର୍ଟଙ୍କ ଅନୁମତି ପରେ ଇମ୍ରାନଙ୍କୁ ୮ଦିନିଆ ରିମାଣ୍ଡରେ ନେଇଛି NAB । ଏପଟେ ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ସବୁ ପ୍ରମାଣ ଇମ୍ରାନଙ୍କ ବିରୋଧରେ ଥିବା କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ସେହବାଜ ସରିଫ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.