Below header

ଚୀନରେ ଲୁଣ, ଚିନି ଲାଗି ଲମ୍ବାଧାଡ଼ି, ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ କରି ରଖୁଛନ୍ତି ଲୋକେ

ଚୀନରେ ଲୁଣ, ଚିନି ଲାଗି ଲମ୍ବାଧାଡ଼ି । ଚୀନ ବଜାରରେ କୋଳାହଳମୟ ପରିସ୍ଥିତି । ଯିଏ ଯାହା ବାଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରକୁ କିଣି ଆଣୁଛନ୍ତି । ଯୋଗାଣ ଓ ଚାହିଦା ସନ୍ତୁଳନ ରଖିବା ସମ୍ଭବ ହେଉନି । ବଜାରରେ ମୂଲ୍ୟବୃଦ୍ଧି ଦେଖାଦେଇଛି । ଦରଦାମ ନିୟନ୍ତ୍ରଣ ଲାଗି ଅଧିକାରୀ ନାକେଦମ ହେବା ପରେ ଅର୍ଥ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କେବଳ ଜରୁରି ସମୟ ଲାଗି ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଇତି ରଖିବାକୁ କୁହାଯାଇଥିଲା । ଦେଶରେ ଏବେ ଲୁଣ, ଚିନି, କିରୋସିନ ଲାଗି ଲମ୍ବାଧାଡ଼ି ଲାଗୁଛି । ଘରେ ବିସ୍କୁଟ, ଶୀଘ୍ର ରୋଷେଇ ହୋଇପାରୁଥିବା ନୁଡୁଲସ୍‌, ଭିଟାମିନ, ଟାବଲେଟ, ରେଡିଓ ଓ ଟର୍ଚ୍ଚ ଲାଇଟ୍‌ ପାଖରେ ରଖିବାକୁ କୁହାଯାଇଛି । ଯାହା ଲୋକଙ୍କୁ ଅଧିକ ଆତଙ୍କିତ କରିଛି । କରୋନା ପ୍ରକୋପ କାଳେ ବଢ଼ିଯିବ ଓ ଲକଡାଉନ୍‌ ଜାରି କରିବାରେ ଯେଭଳି ଅସୁବିଧା ନ ହୁଏ, ସେଥିଲାଗି ଲୋକଙ୍କୁ ଆଗୁଆ ସତର୍କ କରାଯାଇଥିବା କୁହାଯାଉଛି । ତାଇଓ୍ଵାନ ସହ ଚୀନ ଯୁଦ୍ଧକୁ ଯାଇପାରେ ବୋଲି ନାଗରିକ ମାନେ ଭାବୁଛନ୍ତି । ସେପଟେ ରାଷ୍ଟ୍ରପତି ସି ଜିନପିଙ୍ଗ ଗତ ୨୨ମାସ ହେବ ଦେଶ ବାହାରକୁ ଗସ୍ତ କରିନାହାନ୍ତି । ଏମିତିକି ଗ୍ଲାସଗୋ COP-୨୬ ସମ୍ମିଳନୀରେ ଯୋଗ ଦେଇନଥିଲେ । ରାଷ୍ଟ୍ରପତିଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.