Below header

ଉତ୍ତର କୋରିଆରୁ ୧୦ ଫୁଟ ଉଚ୍ଚତାର କାନ୍ଥ ଡେଉଁ ଦକ୍ଷିଣ କୋରିଆରେ ପହଞ୍ଚିଲେ ବ୍ୟକ୍ତି, ସୈନିକମାନେ ମଧ୍ୟ ହେଲେ ଆଶ୍ଚର୍ଯ୍ୟ

ପୃଥିବୀରେ ସବୁଠାରୁ ଅଧିକ ଲମ୍ବା ଓ ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପାରୁଥିବା ଜୀବ ହେଉଛି କଙ୍ଗାରୁ। କଙ୍ଗାରୁ ନିଜ ପ୍ରଥମ ଜମ୍ପ୍‌ରେ ପାଖାପାଖି ୬ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଅତିକ୍ରମ କରିପାରେ। କିନ୍ତୁ କେବେ କେଉଁ ମଣିଷକୁ ୧୦ ଫୁଟ ଉଚ୍ଚତାକୁ ଡେଇଁ ପାର କରିଥିବାର ଦେଖିଛନ୍ତି କି? ଉତ୍ତର କୋରିଆରୁ ଦକ୍ଷିଣ କୋରିଆକୁ ପହଞ୍ଚିବା ପାଇଁ ଜଣେ ବ୍ୟକ୍ତି ୧୦ ଫୁଟ ଉଚ୍ଚତାର କାନ୍ଥ ଡେଇଁ ପାର କରିଛନ୍ତି ସୀମା । ଏହି ବ୍ୟକ୍ତି ଜଣକ ନିଜ ଦେଶ ଉତ୍ତର କୋରିଆକୁ ଛାଡ଼ି ଦକ୍ଷିଣ କୋରିଆକୁ ଆସିବାକୁ ଚାହୁଁଁଥିଲେ। ଫଳରେ ସେ ଏହି ଡେଇଁବା ମାଧ୍ୟମକୁ ଆପଣେଇ ଥିଲେ । କିନ୍ତୁ ବ୍ୟକ୍ତି ଜଣକ ପୂର୍ବରୁ ଜିମନାଷ୍ଟିକ୍‌ ଥିଲେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ଜଣକ ମାସର ଆରମ୍ଭରୁ ହିଁ ଦକ୍ଷୀଣ କୋରିଆ ପହଞ୍ଚିଯାଇଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ୟକ୍ତିଙ୍କର ପରିଚୟ ଜଣା ପଡିନାହିଁ । କିନ୍ତୁ ତାଙ୍କ ବୟସ ୨୫ ରୁ ୩୦ ବର୍ଷ ବୟସ ମଧ୍ୟରେ ହୋଇଥିବାର ଜଣାପଡିଛି। ନଭେମ୍ବର ୩ ତାରିଖ ସନ୍ଧ୍ୟା ୭ଟାରେ ସେ DMZ ଅତିକ୍ରମ କରି ଦକ୍ଷିଣ କୋରିଆର ସୀମାକୁ ପହଞ୍ଚି ଥିଲେ। ଏହା ପରଦିନ ସକାଳେ ଦକ୍ଷିଣ କୋରିଆ ସୀମାରେ ମୁତୟନ ରହିଥିବା ସୈନିକମାନେ ତାଙ୍କୁ ସୀମା ସହିତ ଲାଗିରହିଥିବା ଅଞ୍ଚଳରୁ ପାଇଥିଲେ। ସୈନିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ ତାଙ୍କର ସମସ୍ତ କାହାଣୀ କହିଥିଲେ।

korea

ତେବେ ସୈନିକଙ୍କ ପଚରା ଉଚରା ସମୟରେ କଥାର ସତ୍ୟତା ଜାଣିବା ପାଇଁ ସେହି ବ୍ୟକ୍ତିଙ୍କୁ ନିଜ ସାମନରେ ଡେଇଁବାକୁ କହିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ତଦନ୍ତ ଜାରି ରହିଛି । କାରଣ ଉତ୍ତର କୋରିଆରୁ ଦକ୍ଷିଣ କୋରିଆକୁ କାନ୍ଥ ଡେଇଁ ପାର କରିବା କଥା ବିଶ୍ୱାସ କରିବା ଅସମ୍ଭବ ହୋଇ ପଡୁଛି। ଏହା ବ୍ୟତୀତ ଉତ୍ତର କୋରିଆ ସୀମାରେ ସୈନିକମାନଙ୍କ କଡ଼ା ନଜର ରହିଥିବା ବେଳେ ଜଣେ ବ୍ୟକ୍ତି କିଭଳି ତାଙ୍କ ଆଖିରେ ଧୂଳି ଦେଇ କାନ୍ଥ ଅତିକ୍ରମ କରି ପାରୁଛି, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.