ଏଥର ଖ୍ରୀଷ୍ଟମାସରେ ଥିଏଟରରେ ରିଲିଜ ହେବାକୁ ଯାଉଛି ଆଡଲ୍ଟ ଷ୍ଟାର ଉପରେ ଆଧାରିତ ଫିଲ୍ମ ‘ଶକିଲା’

ପ୍ରେକ୍ଷାଳୟ ଖୋଲିବା ସତ୍ତ୍ୱେ ବି ବଡ଼ ଚଳଚ୍ଚିତ୍ରର ନିର୍ମାତାମାନେ ନିଜ ଫିଲ୍ମ ରିଲିଜ୍ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଛୋଟ ଚଳଚ୍ଚିତ୍ର ନିର୍ମାତା ଏବଂ ବର୍ଷ ବର୍ଷ ଧରି ଅଟକି ରହିଥିବା ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିବାର ସୁଯୋଗ ପାଉଛି ।

ତେବେ ଏଥର ଖ୍ରୀଷ୍ଟମାସରେ କୌଣସି ବଡ଼ କିମ୍ବା ପ୍ରମୁଖ ଚଳଚ୍ଚିତ୍ର ରିଲିଜ୍ ହେଉନାହିଁ । OTT ରେ ଯଦିଓ କୁଲି ନମ୍ବର 1 ଭଳି ଏକ ବଡ଼ ଚଳଚ୍ଚିତ୍ର ଦେଖିବାକୁ ମିଳିବ, କିନ୍ତୁ ଥିଏଟରକୁ ‘ଶକିଲା’ ଭଳି ଫିଲ୍ମ ସହିତ କାମ ଚଳାଇବାକୁ ପଡ଼ିବ ।

Makers of Shakeela biopic to publish a calendar featuring Richa Chadha in  12 different avatars – deets here - Bollywood News & Gossip, Movie Reviews,  Trailers & Videos at Bollywoodlife.com

 

ଆଡଲ୍ଟ ଷ୍ଟାର ଉପରେ ଆଧାରିତ ଫିଲ୍ମ ‘ଶକିଲା’ ଏହି ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ। ତେବେ ଏହି ଚଳଚ୍ଚିତ୍ରଟି ମଧ୍ୟ ଅଟକି ଯାଇଥିଲା । ଏହି ଚଳଚ୍ଚିତ୍ରରେ ରିଚା ଚଢା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଇନ୍ଦ୍ରଜିତ ଲଙ୍କେଶଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ତେବେ ଥିଏଟରରେ ‘ଶକିଲା’ ଦର୍ଶକଙ୍କୁ କେତେ ଆକର୍ଷିତ କରୁଛି ତାହା ଦେଖିବାକୁ ବାକି ରହିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.