Below header

ବ୍ଲାକ ମେଟାଲ ଜୁଏଲାରୀ ପିନ୍ଧିଲେ କୁଣ୍ଡାଇ ହେଉଛି କି ? ଏହି ଟିପ୍ସ ଆପଣାଇ ପୂରଣ କରନ୍ତୁ ଏହାକୁ ପିନ୍ଧିବାର ସଉକ

ବ୍ଲାକ ମେଟାଲ ଜୁଏଲାରୀର ଏକ ଅଲଗା ଟ୍ରେଣ୍ଡ ରହିଥାଏ। ଏହାକୁ ସାଲୱାର ସୁଟ୍ ହେଉ ଅବା ଶାଢ଼ିରେ ପିନ୍ଧିବା ଦ୍ବାରା ପାରମ୍ପରିକ ଏବଂ ୟୁନିକ ଷ୍ଟାଇଲ ଲୁକ୍ ଦେଇଥାଏ। ଏହି ଜୁଏଲାରୀ ପିନ୍ଧିବାର ସଉକ ଉଭୟ ଯୁବତୀ ଏବଂ ମହିଳାମାନଙ୍କର ରହିଛି। କ’ଣ ଆପଣଙ୍କୁ ବ୍ଲାକ ମେଟାଲ ଜୁଏଲାରୀ ପିନ୍ଧିବା ପସନ୍ଦ ? ଏହାକୁ ଆପଣ ପାର୍ଟି ଡ୍ରେସରେ ପିନ୍ଧିବାକୁ ଚାହୁଁଛନ୍ତି କି ? ଏହି ଗହଣା ପିନ୍ଧିଲେ ଆପଣଙ୍କର କୁଣ୍ଡାଇ ହେଉଛି କି ? ଯଦି ଏମିତି କିଛି ସମସ୍ଯା ଆପଣଙ୍କର ରହିଛି, ତେବେ ଆପଣ ନିମ୍ନୋକ୍ତ ଟିପ୍ସ ଆପଣାଇ ଏପରି ସମସ୍ଯାରୁ ମୁକ୍ତି ପାଇବା ସହିତ ନିଜର ସଉକକୁ ପୂରଣ କରିପାରିବେ।

– ନେଲପଲିସ ବ୍ଯବହାର କରି ଆପଣ ଏହି କୁଣ୍ଡାଇ ହେବା ସମସ୍ଯାରୁ ମୁକ୍ତି ପାଇପାରିବେ। ତେଣୁ ଏହାକୁ ବ୍ଯବହାର କରିବା ପୂର୍ବରୁ ଏହାର ଭିତର ପାଖରେ ନେଲପଲିସ ରଙ୍ଗ ଲଗାଇ ଦିଅନ୍ତୁ। ଏହା ଆପଣଙ୍କ ତ୍ବଚା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

– ବ୍ଲାକ ମେଟାଲ ଗହଣା ବହୁତ ଓଜନିଆ ହୋଇଥାଏ, ଯାହା ଫଳରେ ବେକରେ ପକାଇବା ଦ୍ବାରା ଯନ୍ତ୍ରଣା ଏବଂ କୁଣ୍ଡାଇହେବା ଭଳି ସମସ୍ଯା ଦେଖାଯାଏ। ତେଣୁ ଆପଣ ଏଭଳି ସମସ୍ଯାରୁ ରକ୍ଷା ପାଇବା ପାଇଁ କେଲେମାଇନ ଲୋସନ, ପେଟ୍ରୋଲିୟମ ଜେଲି ଏବଂ ମିନେରାଲ ତେଲ ଲଗାନ୍ତୁ। ବ୍ଲାକ ମେଟାଲ ଜିନିଷ ପିନ୍ଧିବା ପୂର୍ବରୁ ଏହି ଜିନିଷ ଜରୁରୀ ଲଗାନ୍ତୁ।

junk

– ଯଦି ଆପଣଙ୍କର କୁଣ୍ଡାଇ ହୋଇ ଚିହ୍ନ ପଡିଯାଇଛି, ତେବେ ଏକ ସଫା କପଡାକୁ ପାଣିରେ ଓଦା କରି ତାହାକୁ ଘା’ ହୋଇଥିବା ସ୍ଥାନରେ ଧୀରେ ଧୀରେ ଆପ୍ଲାଏ କରନ୍ତୁ। ଏହା ଆପଣଙ୍କୁ କିଛି ସମୟ ପର୍ଯ୍ଯନ୍ତ କୁଣ୍ଡାଇ ହେବାରୁ ରକ୍ଷା କରିବ।

– କେବେ ବି କୁଣ୍ଡାଇ ହେବା ସ୍ଥାନରେ ଆଣ୍ଟିବାୟୋଟିକ୍ କ୍ରିମ ଲଗାନ୍ତୁ ନାହିଁ। ଏହା ଅଧିକ ଯନ୍ତ୍ରଣା ଦେବ। ଯାହା ପରେ ଆଲର୍ଜି ହେବାର କାରଣ ପାଲଟିଥାଏ। ଯଦି ଆପଣଙ୍କର ଏପରି ହେଉଛି ତେବେ ଅଧିକ ସମୟ ପର୍ଯ୍ଯନ୍ତ ଏହି ଗହଣାକୁ ପିନ୍ଧନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.