ବ୍ଲାକ୍‌ମେଲ୍‌ କରୁଥିବା ସୂଚନା ଅଧିକାର କର୍ମୀଙ୍କୁ ବଡ଼ ଝଟ୍‌କା ଦେଲେ ସୁପ୍ରିମ୍‌ କୋର୍ଟ, ରାଜ୍ୟ ସରକାରଙ୍କୁ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଆର୍‌ଟିଆଇ ବ୍ଲାକ୍‌ମେଲରଙ୍କୁ ଚେକ୍‌? ସୂଚନାଧିକାର ଆଇନର ହେଉଛି ଅପବ୍ୟବହାର । ତଥାକଥିତ ସୂଚନା ଅଧିକାର କର୍ମୀ କରୁଛନ୍ତି ବ୍ଲାକ୍‌ମେଲିଂ । ସୁପ୍ରିମକୋର୍ଟ ବି ଏହି ମର୍ମରେ ମତ ରଖିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବଡେ ଉଦବେଗ ପ୍ରକାଶ କରି ମନ୍ତବ୍ୟ ରଖିଥିଲେ । RTIରୁ ମିଳୁଥିବା ତଥ୍ୟ ଓ ଦଲିଲକୁ ନେଇ ବ୍ଲାକମେଲିଂ କରାଯାଉଥିବା ଅଭିଯୋଗ ଆସୁଛି । ଏମିତିକି କିଛି ବ୍ୟକ୍ତି ସୂଚନା ଅଧିକାର କର୍ମୀ ବୋଲି ଏକ ପୂର୍ଣ୍ଣକାଳୀନ ପେସା ଭାବେ ଗ୍ରହଣ କରି ନେଇଛନ୍ତି ।

ସେମାନେ ନିଜର ଲେଟର ହେଡରେ ସୂଚନା ଅଧିକାର କର୍ମୀ ବୋଲି ଉଲ୍ଲେଖ କରୁଛନ୍ତି । ସୂଚନା ଅଧିକାର ଆଇନର ଅପବ୍ୟବହାର କ୍ଷେତ୍ରରେ IPCର ୫୦୬ ଧାରାରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିବା କହିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ୨୦୧୯ ଡିସେମ୍ବରରେ ମନ୍ତବ୍ୟ ଦେଇଥିଲେ । ମାମଲା ସହିତ ସଂପର୍କ ନଥାଇ ବି ମନ୍ଦ ଉଦ୍ଦେଶ୍ୟରେ ସୂଚନା ଅଧିକାର ତଥ୍ୟ ବ୍ୟବହାର କରିବା ପାଇଁ ପ୍ରଚେଷ୍ଟା ହେଉଛି । ସୂଚନା ଅଧିକାର ଆଇନର ଅପବ୍ୟବହାର ରୋକିବାକୁ ଏକ ଗାଇଡଲାଇନ୍‌ ଆସିବା ଉପରେ ଗୁରୁତ୍ୱ ଦେଇଥିଲେ ସୁପ୍ରିମକୋର୍ଟ । ଗାଇଡଲାଇନ୍‌ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.