Below header

ବଡବିଲ୍‌ : କଟକଣାରେ ଅନୁଷ୍ଠିତ ହେଲା ଅନଲାଇନ ପାରମ୍ପାରିକ ବୋଇତ ନିର୍ମାଣ ପ୍ରତିଯୋଗିତା

କେନ୍ୟୁଜ୍‌ : ଆଜି ହେଉଛି ଓଡିଶାର ଗୌରବମୟୀ ନୌବାଣିଜ୍ୟକୁ ମନେ ପକାଇବାର ଦିନ। କୋଟି କୋଟି ଓଡିଆ ପ୍ରତିବର୍ଷ ନିଷ୍ଠା ଓ ପରମ୍ପରା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଥାନ୍ତି। ଚଳିତ ବର୍ଷ କୋଭିଡ କଟକଣା ସତ୍ତ୍ୱେ ବିଭିନ୍ନ ଉପାୟ ଅବଲମ୍ବନ କରି ପାରମ୍ପାରିକ ବୋଇତ ବନ୍ଦାଣ ଉତ୍ସବ ସାରା ଓଡିଶାରେ ଅନୁଷ୍ଠିତ ହୋଇଯାଇଛି। ତେବେ ସରକାରଙ୍କ ଦିଶନିର୍ଦ୍ଦେଶକୁ ପାଳନ କରି ବଡବିଲରେ ଅନେକ ବ୍ୟକ୍ତି ନିଜ ନିଜ ଘରେ ଏହି ଉତ୍ସବକୁ ପାଳନ କରୁଛନ୍ତି। କେବଳ ସେତିକି ନୁହେଁ ଆଉ କେତେକ ସ୍ଥାନରେ କୃତ୍ରିମ କ୍ଷୃଦ୍ର ଜଳାଶୟ କରାଯାଇ ସେଠାରେ ପାରମ୍ପାରିକ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାସ୍କୃତିକ କଳା କଳ୍ପନା ପକ୍ଷରୁ ଅନଲାଇନ୍‌ ଯୋଗେ ‘ବୋଇତ ନିର୍ମାଣ କଳା ପ୍ରତିଯୋଗିତା’ ଅନୁଷ୍ଠିତ ହୋଇଥିଲା।

boita bandana3

ପ୍ରତିଯୋଗିତାରେ ସ୍ଥାନୀୟ ଅଞ୍ଚଳର ପ୍ରତିଭାମାନେ ନିଜ କଳା ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ସେହିପରି ପରିବେଶକୁ ଦୃଷ୍ଟିରେ ରଖି ବୋଇତ ନିର୍ମାଣରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ଏବଂ ଥର୍ମୋକଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜ୍ଜନ କରାଯାଇଥିଲା। ସମସ୍ତ ବୋଇତ ଗୁଡିକର ନିର୍ମାଣ ଶୈଳୀ ବେଶ ଆର୍କଷଣୀୟ ହୋଇପାରିଥିଲା। ତେବେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ପୁରସ୍କାର ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସେହିପରେ ଆଜି ପ୍ରତ୍ୟୁଷରେ ପିଏଚଡି ସ୍ଥିତ ଐକକ୍ଷେତ୍ର ଠାରେ କିଛି ମହିଳା ପାରମ୍ପାରିକ ଭାବେ ପାନ,ଗୁଆ,କଉଡି ଓ ଧୂପ,ଦୀପ ଦେଇ ବନ୍ଦାପନା କରିବା ପରେ ଉତ୍ସାହର ସହ କୃତ୍ରିମ କ୍ଷୃଦ୍ର ଜଳାଶୟରେ ବୋଇତ ବନ୍ଦାଣ କରିଥିଲେ।

boita bandana

ଏସମସ୍ତ ପରମ୍ପରା ପାଳନ କରାଯାଉଥିବା ବେଳେ ସମସ୍ତେ କୋଭିଡ୍‌ ନିୟମକୁ ମାନି ସାମାଜିକ ଦୂରତ୍ୱ ରକ୍ଷାକରିବା ସହ ମାସ୍କ ପରିଧାନ କରିଥିବାର ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ସରକାରଙ୍କ ସବୁ ନିୟମକୁ ଅନେକ ଲୋକ ଫୁ କରି ଅନେକ ଲୋକ ଉଡାଇ ଦେଇଥିଲେ। କରୋନ ନଦୀର କାରୁବାକୀ ଘାଟରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ।ଲୋକମାନେ ମାସ୍କ ନପିନ୍ଧିବା ସହିତ ସାମାଜିକ ଦୂରତା ନିୟମକୁ ମଧ୍ୟ ଭାଙ୍ଗିଥିଲେ। ଖାଲି ସେତିକି ନୁହେଁ, ପାଖରେ ଥିବା ଶିବ ମନ୍ଦିରକୁ ଯାଇ ମଧ୍ୟ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥିଲେ। କାରୁବାକୀ ଘାଟ ନିକଟରେ ଥିବା ଶିବ ମନ୍ଦିର ପାଖରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ସୁଦ୍ଧା ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା। ଏହି ସବୁ ଦୃଶ୍ୟ ଦେଖି ଏପରି ଲାଗୁଥିଲା ସତେ ଯେମିତି ପରମ୍ପରା ଆଗରେ ସବୁ ନିୟମ କାନୁନ ହାର ମାନିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.