ସୁଇମିଂ ପୁଲ୍‌ ଭିତରେ ପଶିଗଲା କାର୍‌, ସୋସିଆଲ ମିଡିଆରେ ୟୁଜର ଦେଲେ ଏମିତି କମେଣ୍ଟ

ଫ୍ଲୋରିଡାର ଏକ ହୋଟେଲ ସୁଇମିଂ ପୁଲ୍‌ରେ ବୁଡ଼ିଯାଇଥିବା ଏକ କାର୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଏହି ବିଚିତ୍ର ଘଟଣାକୁ ଦେଖିଲେ ଆପଣ ବି ଆପଣଙ୍କ ହସ ରୋକିପାରିବେ ନାହିଁ।

େଓ୍ଵଷ୍ଟ ପାମ୍‌ ବିଚ୍‌ ପୋଲିସ ଟିମ୍‌ ୪ ଜାନୁୟାରୀରେ ଫେସ୍‌ବୁକରେ ଏହି ଫଟୋଗୁଡ଼ିକୁ ଶେୟାର କରିଥିଲା। ଫଟୋରେ ଏକ ହୋଟେଲ ସୁଇମିଂ ପୁଲ୍‌ରେ ବୁଡ଼ିଯାଇଥିବା ଏକ କଳା ରଙ୍ଗର କାର୍‌ ଦେଖିବାକୁ ମିଳୁଛି। ତେବେ ପୋଲିସ ଟିମ୍‌ ଫଟୋଗୁଡ଼ିକୁ ଶେୟାର କରି କ୍ୟାପ୍‌ସନ ଲେଖିଥିଲା, ‘ଭଗବାନଙ୍କୁ ଧନ୍ୟବାଦ ଯେ କେହି ଆହତ ହୋଇନାହାନ୍ତି। ବୟସ୍କ ଡ୍ରାଇଭର ଏବଂ ଯାତ୍ରୀମାନେ ହୋଟେଲ ପୁଲ୍‌ରୁ ଉଦ୍ଧାର ହେବା ପରେ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି’।

car3

ଏହି ପୋଷ୍ଟ ସୋସିଆଲ ମିଡିଆରେ ଶେୟାର ହେବା ପରେ ଅନେକ ଲୋକ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ରାଗରେ ଜଳଉଠିଥିବା ବେଳେ ଆଉ କିଛି ଲୋକ ନିଜ ହସକୁ ରୋକିପାରି ନ ଥିଲେ। ପୋଷ୍ଟକୁ ୨୦୦ରୁ ଅଧିକ ଲାଇକ୍‌ ମିଳିସାରିଛି। ସେହିପରି ଶହେରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଶେୟାର କରିଛନ୍ତି।

ତେବେ ଫଟୋ ଶେୟାର କରିବାର କିଛି ସମୟ ପରେ ପୋଲିସ ଟିମ୍‌ ୧ ମିନିଟ୍‌ ୫୪ ସେକେଣ୍ଡର ଏକ ଭିଡିଓ କ୍ଲିପ୍‌ ମଧ୍ୟ ଶେୟାର କରିଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ ପୁଲ୍‌ ଭିତରେ ଫସିଯାଇଥିବା କାର୍‌କୁ ଉପରକୁ ଆଣିବା ପାଇଁ ଦୁଇଟି ଲାଲ୍‌ ରଙ୍ଗର ରଶି ଲଗାଯାଇଛି। ଶେଷରେ କାର୍‌ଟିକୁ ପାଖାପାଖି ବାହାରକୁ ଅଣାଯାଇପାରିଛି। ସୋସିଆଲ ମିଡିଆରେ ଜଣେ ୟୁଜର ପ୍ରତିକ୍ରିୟା ରଖିଥିଲେ ଯେ ‘କାର୍‌ ପାଇଁ ଏୟାର ବ୍ୟାଗ୍‌ ଭାସୁଥିବା ଡଙ୍ଗା ସମାନ ନୁହେଁ’।

Leave A Reply

Your email address will not be published.