ଇରାନର ସେନା ମୁଖ୍ୟ ଜେନେରାଲ କାସିମ ସୁଲେମାନୀଙ୍କ ଅନ୍ତିମ ଶୋଭାଯାତ୍ରାରେ ଦଳାଚକଟା,୩୫ ମୃତ ୪୮ରୁ ଅଧିକ ଆହତ

ଇରାନର ସେନା ମୁଖ୍ୟ ଜେନେରାଲ କାସିମ ସୁଲେମାନୀଙ୍କ ଅନ୍ତିମ ଶୋଭାଯାତ୍ରାରେ ଦଳାଚକଟା । ପ୍ରାଣ ହରାଇଲେ ୩୫, ଗୁରୁତର ଆହତ ହୋଇଛନ୍ତି ୪୮ରୁ ଅଧିକ । ସୁଲମୋନୀଙ୍କ ସହର କରମାନରେ ଏହି ଦଳାଚକଟା ଘଟିଛି । ଯେଉଁଠି ସୁଲେମାନୀଙ୍କ ଅନ୍ତିମସଂସ୍କାରରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଇରାକର ବାଗଦାଦ୍‌ରେ କମାଣ୍ଡର କାସିମ ସୁଲେମାନୀଙ୍କୁ କବର ଦିଆଯାଇଛି । ଅନ୍ତିମ ବିଦାୟରେ ଏକତ୍ରିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ତେହରାନ୍‌, କୋମ୍‌ ମହସଦ ଓ ଅହଓ୍ଵାଜରେ ମଧ୍ୟ ସଡକରେ ଲୋକଙ୍କ ଅଭୁତପୂର୍ବ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ଲୋକ ଆଜାଦୀ ଛକରେ ଜମା ହୋଇଥିଲେ । ଏଠାରେ ଇରାନ ଜାତୀୟ ପତାକାରେ ଦୁଇଟି କଫିନ୍‌କୁ ଘୋଡାଇ ରଖାଯାଇଥିଲା । ଏଥିରେ ଗୋଟିଏ ସୁଲେମାନୀଙ୍କ ହୋଇଥିବା ବେଳେ ଅନ୍ୟ କଫିନ ତାଙ୍କ ସହଯୋଗୀ ଜେନେରାଲ ହୁସେନ ପୁରଜାଫରୀଙ୍କ ରହିଥିଲା । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି, ଯେ ପ୍ରତିଶୋଧ ନିଆଁରେ ଜଳୁଛି ଇରାନ୍‌ । ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ । ଏହାପୂର୍ବରୁ ମସଜିଦ୍‌ରେ ଉଡ଼ିଛି ଲାଲ ପତାକା । ସେପଟେ ମଧ୍ୟପ୍ରାଚ୍ୟରେ ଆମେରିକା ନିଜର ସେନା ମୁତୟନ ବଢ଼ାଇବାରେ ଲାଗିଛି ।

Leave A Reply

Your email address will not be published.