୮୩ ଜଣଙ୍କୁ ନେଇ ଯାତ୍ରା କରୁଥିବା ଆଫଗାନିସ୍ତାନର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ଏଯାଏଁ ମିଳିନି ମୃତାହତଙ୍କ ସୂଚନା

କାବୁଲ: ଆଫଗାନିସ୍ତାନର ଏରିୟାନା ଏୟାରଲାଇନ୍ସର ଏକ ଯାତ୍ରୀ ବାହୀ ବିମାନ ଗଜନୀ ପ୍ରାନ୍ତର ତାଲିବାନ୍‌ ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

Image result for Boeing-plane-carrying-83-people-crashes-central-Afghanistan

ଏହି ବିମାନରେ ୮୩ ଜଣ ଯାତ୍ରୀ ଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ଏ ପର୍ଯ୍ୟନ୍ତ କୌଣସି ସଠିକ୍‌ ସୂଚନା ମିଳିପାରିନାହିଁ।

Image result for Boeing-plane-carrying-83-people-crashes-central-Afghanistan

ଗଜନୀ ସହରର ଗଭର୍ଣ୍ଣର ଅଫିସର ମୁଖ୍ୟ ପ୍ରବକ୍ତା ଆରିଫ ନୂରୀ ସୂଚନା ଦେଇ କହିଛନ୍ତି ଯେ ଏରିଆନା ଆଫଗାନ ଏୟାରଲାଇନ୍‌ର ଏକ ବୋଇଂ ବିମାନ ଗଜନୀ ପ୍ରାନ୍ତର ଦେହ ୟାକ୍‌ ଜିଲ୍ଲାର ସାଡୋ ପଡ଼ିଆରେ ମଧ୍ୟାହ୍ନ ୧.୧୦ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳ କାବୁଲ ଠାରୁ ପ୍ରାୟ ୧୩୦ କିଲୋମିଟର ଦୂର ବୋଲି ଜଣାଯାଇଛି।

Leave A Reply

Your email address will not be published.