Below header

ସମସ୍ତଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, ପୁଣି ହେଲେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭଳି ବଡ଼ବଡ଼ ଦେଶର ନେତାଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭଳି ବଡ଼ବଡ଼ ଦେଶର ନେତାଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି ମୋଦି। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ।

ରିପୋର୍ଟରେ କୁହାଯାଇଛି, ପିଏମ୍ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬% ରହିଛି। ଡିସଆପ୍ରୁଭାଲ ବା ଗ୍ରହଣୀୟ ନୁହନ୍ତି ପଏଣ୍ଟ ସଂଖ୍ୟା ମାତ୍ର ୧୮%। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟଙ୍କ ଠାରୁ ମୋଦିଙ୍କୁ ରେଟିଂ ପଏଣ୍ଟ ୧୨% ଅଧିକ। ତାଙ୍କ ରେଟିଂ ପଏଣ୍ଟ ୬୪% ରହିଛି। ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୦% ରେଟିଂ ପଏଣ୍ଟ ସହ ସପ୍ତମ ସ୍ଥାନରେ ଅଛନ୍ତି ।

ସେପ୍ଟେମ୍ବର ୬ରୁ ୧୨ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଥିବା ସଂସ୍ଥା କହିଛି। ପୂର୍ବରୁ ମଧ୍ୟ ସଂସ୍ଥା ପ୍ରକାଶ କରୁଥିବା ରିପୋର୍ଟରେ ସବୁବେଳେ ମୋଦି ହିଁ ୧ନଂ ସ୍ଥାନରେ ରହି ଆସୁଛନ୍ତି। ଟପ୍ ୧୦ରେ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଡିସ ଆପ୍ରୁଭାଲ ପଏଣ୍ଟ ସବୁଠାରୁ ଅଧିକ ୫୮% ରହିଛି। ତାଙ୍କ ଆପ୍ରୁଭାଲ ପଏଣ୍ଟ ହେଉଛି ୩୭%।

ନିକଟରେ ହୋଇଥିବା ସର୍ଭେରେ ମୋଦି ଗତ କିଛି ବର୍ଷରେ ଲଗାତାର ଟପରେ ରହିଛନ୍ତି । ନିକଟରେ ମୋଦି ବିଶ୍ୱର ଅନେକ ଦେଶ ଭ୍ରମଣ କରିଛନ୍ତି । ଗ୍ଲୋବାଲ ଲିଡର୍ସଙ୍କ ମଧ୍ୟରେ ଅଧିକ ସମ୍ମାନ ମିଳିଛି । ନିକଟରେ ଜି ୨୦ ଶିଖର ସମ୍ମିଳନୀରେ ମୋଦିଙ୍କ ନେତୃତ୍ୱ ଏବଂ ଭାରତକୁ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.