Below header

ଜ୍ୱଳନ୍ତ ଗ୍ରହ ସୂର୍ଯ୍ୟର ଅଧ୍ୟୟନ କରିବା ପାଇଁ ଏପରି ପ୍ରସ୍ତୁତ ହୋଇଛି ଆଦିତ୍ୟ L1, ପାଖକୁ ନଯାଇ ବି ଦେବ ସବୁ ତଥ୍ୟ

ସ୍ପେସ େଓ୍ଵଦରକୁ ଷ୍ଟଡ଼ି କରିବା ପାଇଁ ଏହାକୁ ପଠାଯାଇଛି। ଏଥିରେ ମୋଟ ୭ଟ ିPayloads ଅଛି। ୪ ଟି ରିମୋଟ ସେନସିଂ ପେଲୋଡ୍ସ ଆଉ ୩ଟି ଇନ ସିତୁ ପେଲୋଡ୍ସରେ ଆସୁୁଛି। ଏମାନେ ସୋଲାର ଷ୍ଟ୍ରମ ଓ ରେଡ଼ିଏସନ ସଂସ୍ପର୍ଶରେ ଆସିବା ସହ ଦୂରରୁ ଭଲ ଭାବେ ଷ୍ଟଡ଼ି କରିବେ। ମୋଟ ଉପରେ ପୃଥିବୀରେ ଥିବା ଜୀବସତ୍ତାକୁ ବୁଝିବାକୁ ହେଲେ ସୂର୍ଯ୍ୟକୁ ବୁଝିବା ନିହାତି ଜରୁରୀ। ଯାହାପାଇଁ ଏହି ପ୍ଲାନ କରାଯାଇଛି।

ଚନ୍ଦ୍ରଯାନ ପରେ ଆଦିତ୍ୟ L1 ଏବେ ସୂର୍ଯ୍ୟ ପୃଷ୍ଠର ସବୁ ତଥ୍ୟ ଦେବ।ସୂର୍ଯ୍ୟକୁ ଅଧ୍ୟୟନ କରିବ ଆଦିତ୍ୟ L1 । କିନ୍ତୁ ପ୍ରଶ୍ନ ଉଠୁଛି ସେତେ ଯାଏ ଏହା ଠିକ ବା ସୁରକ୍ଷିତ ରହିବ ତ? କାରଣ ଆମେ ଜାଣିଛୁ ସୂର୍ଯ୍ୟ ଏକ ଜ୍ୱଳନ୍ତ ଗ୍ରହ। ତା ପାଖକୁ ଯିବା ପୁରା ଅସମ୍ଭବ। ସୂର୍ଯ୍ୟର ପ୍ରଚଣ୍ଡ ତାପରେ ସବ ୁଜଳି ପୋଡ଼ି ନଷ୍ଟ ହୋଇଯାଏ। ତା ଆଗରେ ଏ ଯନ୍ତ୍ର ବା ମେସିନ କିପରି ତିଷ୍ଠି ପାରିବ? ଏହା ନଷ୍ଟ ହେବା ତ ସୁନିଶ୍ଚିତ। କିନ୍ତୁ ଯଦି ସୂର୍ଯ୍ୟର ତାପରେ ଏହି ଯନ୍ତ୍ର ନଷ୍ଟ ହୋଇଯିବ ତେବେ ଏହା ଚନ୍ଦ୍ରଯାନ ଭଳି କିପରି ତଥ୍ୟ ଇସ୍ରୋକୁ ପଠାଇବ, ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ଆମେ କିନ୍ତୁ ଏହାକୁ ନେଇ ସବୁ ଉତ୍ତର ଆପଣଙ୍କ ପାଖରେ ରଖିବୁ।

ଏହା ସତ ଯେ ସୂର୍ଯ୍ୟଙ୍କ ପାଖକୁ ଯିବା ଆଦୋ ସମ୍ଭବ ନୁହେଁ। କିନ୍ତୁ ଏହା ଜାଣି ସୁଦ୍ଧା ଇସ୍ରୋ ଆଦିତ୍ୟ L1 କୁ ସୂର୍ଯ୍ୟ ପୃଷ୍ଠକୁ ପଠାଇଛି। କାରଣ ଏହା ଚନ୍ଦ୍ରଯାନ ଭଳି ସୂର୍ଯ୍ୟପୃଷ୍ଠ କୁ ଯାଇ ରହିବ ନାହିଁ, ମାନେ ଏହା ସୂର୍ଯ୍ୟ ଗ୍ରହର ବହୁତ ଦୂରରେ ରହି ମାନେ L1 ପଏଣ୍ଟରେ ରହି ସୂର୍ଯ୍ୟକୁ ଅନୁଧ୍ୟାନ କରିବ। ତେବେ ପ୍ରଶ୍ନ ଆଉ ଗୋଟିଏ ଉଠୁଛି ଯେ ଏଥିପାଇଁ କେବଳ L1 ପଏଣ୍ଟକୁ କାହିଁକି ବଛାଗଲା? ଯାହା ଅନୁସାରେ ଏହାର ନାମକରଣ ହୋଇଛି।

ଜାଣନ୍ତୁ ଏବେ ସଂକ୍ଷେପରେ.. ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ସିଧା ଦୂରତା ହେଉଛି ୧୫୧ ମିଲିୟନ କିଲୋମିଟର। କିନ୍ତୁ ଗତ ଦିନରେ ଇସ୍ରୋ ଦ୍ୱାରା ପଠାଯାଇଥିବା ଆଦିତ୍ୟ L1 ପୃଥିବୀରୁ କେବଳ ୧.୫ ମିଲିୟନ କିଲୋମିଟର ପର୍ଯ୍ୟନ୍ତ ଯାଇ ରହିବ। ତା ଠୁ ଆଗକୁ ଯିବ ନାହିଁ। ଏହାକୁ ସ୍ପେସ ପଏଣ୍ଟରେ Lagrange Point କୁହାଯାଏ। ଏମିତିରେ ପୃଥିବୀ ଓ ସୂର୍ଯ୍ୟ ଗ୍ରହ ମଧ୍ୟରେ ଏଭଳି ୪ ଟି Lagrange Point ରହିଛି। ତାହା ହେଉଛି L1, L2,L3 , L4 , L5 ..

ଆଉ ଇସ୍ରୋ ଦ୍ୱାରା ପଠାଯାଇଥିବା ଯାନL1 ପଏଣ୍ଟ ଯାଏ ଯିବ। ତେଣୁ ଏହାର ନାମ ଆଦିତ୍ୟ L1 ରଖାଯାଇଛି। ବିଜ୍ଞାନ ଅନୁସାରେ ସୂର୍ଯ୍ୟଙ୍କର ରଶ୍ମି ସିଧାସଳଖ ପୃଥିବୀ ଉପରେ ପଡ଼ିଥାଏ। ଯାହାକୁ ସୋଲାର ଏନର୍ଜି କୁହାଯାଏ। ସୋଲାର ଗ୍ରାଭିଟେସନ ପାଇଁ ଜୀବଜଗତ ବଞ୍ଚିରହିଛି। ତେବେ ୧୮୫୯ ମସିହାରେ କିଛି ଏମିତି ହୋଇଥିଲା ଯାହାକୁ ଦେଖି ସମସ୍ତେ ଡରିଯାଇଥିଲେ। ଏହିସମୟରେ ସୂର୍ଯ୍ୟଙ୍କ ଠାରୁ ଶକ୍ତିଶାଳୀ ଜିଓ ମାଗ୍ନେଟିକ ଷ୍ଟ୍ରମ ବା ଝଡ଼ ପୃଥିବୀରେ ଆସି ମାଡ଼ ହୋଇଥିଲା। ଯାହାକୁ Carrington event କୁହାଯାଏ। ଏହିକାରଣରୁ ସାରା ଦୁନିଆରେ ଆକାଶର ରଙ୍ଗ ବଦଳିଯାଇଥିଲା। ଆକାଶ ଏକଦମ ନାଲି ରଙ୍ଗ ହୋଇଯାଇଥିଲା। ଏମିତି ବି ହେଉଥିଲା ଯେ ଟେଲିଗ୍ରାଫକୁ ଛୁଇଁବା ମାତ୍ରେ ଶକ୍ତ କରେଣ୍ଟ ଝଟକା ମାରୁଥିଲା। ଏହିସବୁ ଷ୍ଟେସନରେ ଅଚାନକ ନିଆଁ ଲାଗିଯାଇଥିଲା । ଆଉ ଅଟୋମେଟିକ ମେସେଜ ବି ସେଣ୍ଡ ହେଉଥିଲା।

ଆଜିକାଲି ପୁରା ଦୁନିଆତ ଇଲେକଟ୍ରିକ ଦ୍ୱାରା ପରିଚାଳିତ ହେଉଛି। ଆଉ ,ହି ସମୟରେ ଯଦିCarrington event ହୁଏ ତେବେ ସର୍ବନାଶ ହେବାକୁ ବେଶି ସମୟ ଳାଗିବ ନାହିଁ।

ଏବେ ଜାଣନ୍ତୁ ଆଦିତ୍ୟ L1 ସମ୍ପର୍କରେ.. ସୂର୍ଯ୍ୟ ଗ୍ରହର ଆଉଟର ଲାଇନକୁ ବା ବାହ୍ୟ ଆସ୍ତରଣକୁ Corona କୁହାଯାଏ। ଏହା ତଳ ଲେୟାରକୁChromosphere , ଏହାର ତଳକୁPhotosphere , ଏହାପରେ ମଝିରେ ଥିବା ପାର୍ଟକୁ Core କୁହାଯାଏ। ଯାହାକି ସବୁଠୁ ଉତପ୍ତ ହୋିଥାଏ। ଏହାର ତାପମତ୍ରା ୧ କୋଟି ୫୦ ଲକ୍ଷ ଡିଗ୍ରୀ ସେଲସିୟସ । ଯେଉଁଠିକି ଆମେ ୫୦ଡିଗ୍ରୀ ତାପମାତ୍ରାରେ ବାହାରକୁ ବାହାରିବା ଅସମ୍ଭବ ହୋଇଯାଏ ଆଉ ୧୦୦ ଡିଗ୍ରୀ ସେଲସିୟରେ ପାଣି ବାଷ୍ଯରେ ପରିଣତ ହୁଏ।

ଏହାର କୋରରେ ହେଉଥିବା ରିଆକ୍ସନକୁ ନେଇ ବୈଜ୍ଞାନିକ ଏହାକୁ ନାଚୁରାଲ ନ୍ୟୁକ୍ଲିୟର ରିଆକ୍ଟର କୁହନ୍ତି। ଏହାଦ୍ୱାରା ଯେଉଁ ମାଗ୍ନେଟିକ ଫିଲ୍ଡ ଜେନେରେଟ ହୁଏ ତାହା ସୂର୍ଯ୍ୟର ବାହ୍ୟ ଆସ୍ତରଣକୁ ପ୍ରଭାବିତ କରିଥାଏ। ତେବେ ଏଥିରୁ ବାହାରୁଥିବା ସୋଲାର ଷ୍ଟ୍ରମ ପୃଥିବୀକୁ ମାଡ଼ ହେଲେ ବି ପୃଥିବୀର ମାଗ୍ନେଟିକ ଫିଲ୍ଡ ଏହାକୁ ରୋକିଥାଏ। ଯାହା କାରଣରୁ ଲୋକଙ୍କର କ୍ଷତି ହୋଇନଥାଏ। ତେବେ ସୂର୍ଯ୍ୟ ଗ୍ରହ ସ୍ଥିତି ସମ୍ପର୍କରେ ସବିଶେଷରେ ଜାଣିବା ପାଇଁ ୨୦୦୮ ରେ ଆଦିତ୍ୟ L1 ମିଶନକୁ କେବଳ ଆଦିତ୍ୟ ଏକ୍ସପେରିମେଣ୍ଟାଲ ଭଳି ନିଆଯାଇଥିଲା। ଏହାକୁ ୩ କୋଟି ବ୍ୟୟରେ ତିଆରି କରାଯାଇଥିଲା ।ପ୍ରଥମେ ଏହାକୁ LEO ବା low Earth Orbit ରେ ଲଞ୍ଚ ପାଇଁ ଯୋଜନା େ;ହାଇଥିଲା । ଯେମିତିକି ଏହା ପୃଥିବୀର କକ୍ଷ ଚାରିପଟେ ବୁଲି ବୁଲି ସୂର୍ଯ୍ୟ ଗ୍ରହକୁ ଅନୁଧ୍ୟାନ କରିବ। କିନ୍ତୁ ପୃଥିବୀର ମାଗ୍ନେଟିକ ଫିଲ୍ଡ ଏହାକୁ ପ୍ରଭାବିତ କରିଥାନ୍ତା। କାରଣ ଏଥିରୁ ବାହାରିବା ପରେ ହିଁ ସୂର୍ଯ୍ୟ ଗ୍ରହ ବିଷୟରେ ତଥ୍ୟ ଜଣାପଡ଼ିଥାନ୍ତା। ଯାହା କି ଏହା କରିପାରୁନଥିଲା।

କିନ୍ତୁ ଏଥର ପଠାଯାଇଥିବା ଆଦିତ୍ୟ L1 କକ୍ଷ ପଥ ର ବାହାରକୁ ଯିବାର କ୍ଷମତା ରଖିଛି। ଏହା ଧିରେ ଧିରେ କକ୍ଷପଥରୁ ବାହାରି କ୍ରୁଜ ଫେଜରେ ଏଣ୍ଟି୍ର କରିବ ।ଏହାପରେL1 ପଏଣ୍ଟରେ ଥିବା ହେଲୋ ଅର୍ବିଟରେ ଅସନ୍ତା ୫ବର୍ଷ ୨ ମାସ ଯାଏ ରହିବ। ଆଉ ୨୪ ଘଣ୍ଟା ସୂର୍ଯ୍ୟଗ୍ରହକୁ ଅନୁଧ୍ୟାନ କରିବ। ଏଭଳି ଆହୁରି ୪ଟି ପଏଣ୍ଟ ରହିଛି । ଏହି ପଏଣ୍ଟକୁ ଯାନ କୁ ପଠାଇବା ଦ୍ୱାରା ଫୁଏଲ କମ ଖର୍ଚ୍ଚ ହୋଇଥାଏ। ଆଉ କାମ ବି ଠିକରେ ହୋଇଯାଏ। କିନ୍ତୁ ଏହା ଅନ୍ୟ କୌଣସି ପଏଣ୍ଟକୁ ବାଛି ନାହିଁ କାରଣL3 ପଏଣ୍ଟକୁ ଯିବା ତ ଅସମ୍ଭବ , କାରଣ ଏହା ସୂର୍ଯ୍ୟର ପଛରେ ଅଛି।L2 ପଏଣ୍ଟକୁ ଗଲେ ମଝିରେ ପୃଥିବୀ ଆସିବ , ତେଣୁ ୂସର୍ଯ୍ୟକୁ ଅନୁଧ୍ୟାନ କରିବା ଅସମ୍ଭବ ହେବ।L4 ଓ L5 ପଏଣ୍ଟରେ ଏହି ଯନ୍ତ୍ରଟି ଖରାପ ହେବାର ଚାନ୍ସ ବଢ଼ିଯାଉଛି। ତେଣୁ ସେଫ୍ଟି ପଏଣ୍ଟ ଭାବେL1 କୁ ବଛାଗଲା । ଏହା ମଧ୍ୟରେ କିଛି ନଥିବାର ୁ ଷ୍ଟଡ଼ି ଆରାମରେ ହୋଇପାରିବ। ଏହାପରେ ସୂର୍ଯ୍ୟ ଗ୍ରହର ସବୁ ତଥ୍ୟ ଏହା ଇସ୍ରୋକୁ ସିଧାସଳଖ ପଠାଇବ।

ମୋଟ ଉପରେ ସ୍ପେସ େଓ୍ଵଦରକୁ ଷ୍ଟଡ଼ି କରିବା ପାଇଁ ଏହାକୁ ପଠାଯାଇଛି। ଏଥିରେ ମୋଟ ୭ଟ ିPayloads ଅଛି। ୪ ଟି ରିମୋଟ ସେନସିଂ ପେଲୋଡ୍ସ ଆଉ ୩ଟି ଇନ ସିତୁ ପେଲୋଡ୍ସରେ ଆସୁୁଛି। ଏମାନେ ସୋଲାର ଷ୍ଟ୍ରମ ଓ ରେଡ଼ିଏସନ ସଂସ୍ପର୍ଶରେ ଆସିବା ସହ ଦୂରରୁ ଭଲ ଭାବେ ଷ୍ଟଡ଼ି କରିବେ। ମୋଟ ଉପରେ ପୃଥିବୀରେ ଥିବା ଜୀବସତ୍ତାକୁ ବୁଝିବାକୁ ହେଲେ ସୂର୍ଯ୍ୟକୁ ବୁଝିବା ନିହାତି ଜରୁରୀ। ଯାହାପାଇଁ ଏହି ପ୍ଲାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.