ଉଜ୍ଜୈନରେ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ମୃତ, ୮ରୁ ଅଧିକ ଯାତ୍ରୀ ଆହତ

ମଧ୍ୟ ପ୍ରଦେଶର ଉଜ୍ଜୈନରେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜିଲ୍ଲାର ଖାଚରୋଦ୍‌ ଅଞ୍ଚଳରେ। ପ୍ରବଳ ବର୍ଷା ଏବଂ ଅନ୍ଧାର ହେତୁ ବସ୍‌ଟି ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ମଧ୍ୟ ପ୍ରଦେଶର ଉଜ୍ଜୈନରେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜିଲ୍ଲାର ଖାଚରୋଦ୍‌ ଅଞ୍ଚଳରେ। ପ୍ରବଳ ବର୍ଷା ଏବଂ ଅନ୍ଧାର ହେତୁ ବସ୍‌ଟି ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ବସ୍‌ଟି ଇନ୍ଦୋରରୁ ଯୋଧପୁର ଯାଉଥିବା ବେଳେ ଫର୍ଣ୍ଣାଖେଡି ଟର୍ଣ୍ଣଠାରେ ହଠାତ୍‌ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଏହା ଓଲଟି ପଡ଼ିଥିଲା।

ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ବସ୍ କଣ୍ଡକ୍ଟର ଏବଂ ଜଣେ ଯାତ୍ରୀ ବସ୍ ଭିତରେ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।

ତେବେ ଦୁର୍ଘଟଣାଗ୍ରସ୍ତ ବସ୍‌ ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ପୋଲିସକୁ ବହୁ ସମସ୍ୟା ହୋଇଥିଲା। ଜଣେ ବ୍ୟକ୍ତିଙ୍କୁ ବାହାର କରିବା ପାଇଁ କ୍ରେନ୍ ଡାକିବାକୁ ପଡିଥିଲା। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନାଗଡା, ଜାଭରାର ସିଏସ୍‌ପି, ଏସଡିଏମ, ପୋଲିସ ଫୋର୍ସ ଏବଂ ସ୍ଥାନୀୟ ବିଧାୟକ ଦିଲ୍ଲୀପ ଗୁରଜର ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ଘଟିବା ପରେ ସେନାର ଯବାନମାନେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୭ ଜଣଙ୍କୁ ଜାଭରା ଏବଂ ଜଣଙ୍କୁ ନାଗଡା ଡାକ୍ତରଖାନା ପଠାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.