Below header

ଜି-୨୦ ସମ୍ମିଳନୀ ଉଦଯାପିତ ପରେ ଅନେକ ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଆଜି ଜି-୨୦ ସମ୍ମିଳନୀ ଉଦଯାପିତ ହେବା ପରେ ଅନେକ ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମଦ ଟିନୁବୁ, ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁତେ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟେଓଲଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି।

ସେହିପରି ଆଫ୍ରିକୀୟ ୟୁନିଅନର ଅଧ୍ୟକ୍ଷ, ତୁର୍କୀ ରାଷ୍ଟ୍ରପତି ରିସିପ ତାୟିପ ଏର୍ଦ୍ଦୋଗାନ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭା, କାନାଡ଼ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ପ୍ରମୁଖଙ୍କୁ ସାକ୍ଷାତ କରି ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଜି ୨୦ ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଥମେ ବାଇଡେନଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିଥିଲେ ମୋଦି।

୩ ଦିନ ଧରି ଜି-୨୦ ସମ୍ମିଳନୀ ଅବସରରେ ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ମୋଦି। କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଦ୍ବିପାକ୍ଷିକ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଜଣାଇ ଦେଇଛନ୍ତି, ଯେ ଭାରତ ବିରୋଧୀ ଖଲିସ୍ତାନୀ ଉଗ୍ରବାଦୀ କାନାଡ଼ାରେ ସକ୍ରିୟ ଅଛନ୍ତି। ଏହାର ଦମନ କରାଯିବ ବୋଲି ଟ୍ରୁଡୁ କହିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.