Below header

ଦେଶର ପ୍ରଥମ ଓ୍ଵାଟର ମେଟ୍ରୋକୁ ପ୍ରଧାନମନ୍ତ୍ରୀ ମୋଦି କଲେ ଲୋକାର୍ପଣ, ଥରକୁ ଭଡା ୨୦ ଟଙ୍କା

କେରଳ କୋଚି ଠାରେ ଦେଶର ପ୍ରଥମ ଓ୍ଵାଟର ମେଟ୍ରୋକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ୧୦ଟି ଦ୍ୱୀପକୁ ସଂଯୋଗ କରିବ । ମେଟ୍ରୋ ଟ୍ରେନ ଭଳି ପ୍ରତିଦିନ ୧୫ ମିନିଟ ବ୍ୟବଧାନରେ ୧୨ ଘଣ୍ଟା ଚାଲିବ ଓ୍ଵାଟର ମେଟ୍ରୋ ।

ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳର କୋଚିଠାରେ ଏହା ଲୋକାର୍ପଣ ହୋଇଛି । କୋଚି ସହରରେ ୧,୧୩୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିଛି। ଏହାଦ୍ୱାରା ରାଜ୍ୟର ଅର୍ଥନୀତି ସୁଦୃଢ ହେବା ସହିତ ପର୍ଯ୍ୟଟନର ବିକାଶ ହେବ ।

କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ତିରୁଅନନ୍ତପୁରମରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ କରିବା ପରେ କୋଚି ଯାଇ ୱାଟର ମେଟ୍ରୋର ଉଦଘାଟନ କରିଛନ୍ତି। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଓ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ଯୋଗ ଦେଇଥିଲେ।

ଏହି ଓ୍ଵାଟର ମେଟ୍ରୋ କୋଚିନର ଶିୟାର୍ଡ ଲିମିଡେଟ୍‌ ତରଫରୁ ନିର୍ମାଣ କରାଯାଇଛି । ଏହା ୧୦ଟି ଦ୍ୱୀପକୁ ସଂଯୋଗ କରିବ । ୱାଟର ମେଟ୍ରୋରେ ୭୮ଟି ଇଲେକ୍ଟ୍ରିକ ବୋଟ୍ ଏବଂ ୩୮ଟି ଟର୍ମିନାଲ ରହିଛି। କେରଳ ସରକାର ଏବଂ ଜର୍ମାନୀର କେଏଫ୍ଡବ୍ଲ୍ୟୁ ନାମକ ସଂସ୍ଥା ମିଳିତ ଭାବେ ଉକ୍ତ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି।

ଏହାର ପ୍ରଥମ ପର୍ଯ୍ୟାୟରେ ହାଇକୋର୍ଟ-ଭାଇପିନ ଟର୍ମିନାଲରୁ ଭାଇଟିଲା-କକ୍କାନାଡ଼ ଟର୍ମିନାଲ ମଧ୍ୟରେ ଚଳାଚଳ କରିବ। ମାତ୍ର ୨୦ ମିନିଟରେ ଏହି ସ୍ଥାନରେ ପହଞ୍ଚି ହୋଇପାରିବେ । ଏହା ଲିଥିୟମ ଟାଇଟେନିଟ୍‌ ସ୍ପିନେଲ ବ୍ୟାଟେରୀରେ ଚାଲିବ । ଇକୋ ଫ୍ରେଣ୍ଡେଲୀ, ଇଲେକ୍ଟ୍ରିକାଲ ଏବଂ ଲୋକଙ୍କୁ ସୁରକ୍ଷା ଦେବ ଏହି ଓ୍ଵାଟର ମେଟ୍ରୋ । ଏହାକୁ ତିଆରି କରିବା ପାଇଁ ୧,୧୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ମେଟ୍ରୋ ଟ୍ରେନ ଭଳି ପ୍ରତିଦିନ ୧୫ ମିନିଟ ବ୍ୟବଧାନରେ ୧୨ ଘଣ୍ଟା ଚାଲିବ ଓ୍ଵାଟର ମେଟ୍ରୋ । ପ୍ରଥମରେ ଏହା ୨୩ଟି ବୋଟ୍‌ ଚାଲିବ । ୧୪ଟି ଟର୍ମିନାଲ ରହିବ । ପ୍ରତ୍ୟେକ ମେଟ୍ରୋରେ ୫୦ ରୁ ୧୦୦ ଯାତ୍ରୀ ବସିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.