ଫୋନ୍ ସ୍ଲୋ ଚାଲୁଛି କି ? ବାସ୍‌ ଗୋଟିଏ ସେଟିଙ୍ଗ ବଟନରେ ବଢିଯିବ ଇଣ୍ଟରନେଟ୍ ସ୍ପିଡ୍

ମୋବାଇଲରେ କୌଣସି ଅସୁବିଧା ଥିଲେ, ଆପଣ ଫୋନ୍ ର ସେଟିଙ୍ଗରେ କିଛି ପରିବର୍ତ୍ତନ କରି ଏହାକୁ ଠିକ୍ କରିପାରିବେ । କିନ୍ତୁ ତାହା ପୂର୍ବରୁ ଅସୁବିଧା କ’ଣ ଏବଂ କାହିଁକି ଏପରି ସ୍ଲୋ ହେଉଛି ତାହା ଜାଣିବାକୁ ପଡିବ ।

କଣ ଆପଣଙ୍କ ଫୋନରେ ଇଣ୍ଟରନେଟ୍ ସ୍ଲୋ ହେଉଛି କି? କୌଣସି ଆପ୍ ସଠିକ୍ ଭାବରେ କାମ କରୁନାହିଁ । ଜରୁରୀ ବେଳେ ଆପଣଙ୍କ ସମୟ ନଷ୍ଟ ହେଉଛି ? ତେବେ ଜାଣନ୍ତୁ ଏସବୁ ସମାଧାନର ସୂତ୍ର । ମୋବାଇଲରେ କୌଣସି ଅସୁବିଧା ଥିଲେ, ଆପଣ ଫୋନ୍ ର ସେଟିଙ୍ଗରେ କିଛି ପରିବର୍ତ୍ତନ କରି ଏହାକୁ ଠିକ୍ କରିପାରିବେ । କିନ୍ତୁ ତାହା ପୂର୍ବରୁ ଅସୁବିଧା କ’ଣ ଏବଂ କାହିଁକି ଏପରି ସ୍ଲୋ ହେଉଛି ତାହା ଜାଣିବାକୁ ପଡିବ ।

ସର୍ବପ୍ରଥମେ ଆପଣ ଫୋନରୁ cache clear କରବା ଉଚିତ୍ । ନହେଲେ ଫୋନ୍ ଜାମ ହୋଇଯାଏ । ଯାହା ଫଳରେ ଫୋନ୍ ଏବଂ ଇଣ୍ଟରନେଟ୍ ଦୁଇଟି ଯାକ ସ୍ଲୋ ହୋଇଯାଏ । ଇଣ୍ଟରନେଟ୍ ଠିକ୍ ଥିଲେ ମଧ୍ୟ ମୋବାଇଲ ସ୍ଲୋ କାମ କରେ । କେସ୍ କ୍ଲିଅର ଦ୍ୱାରା ଉଭୟର ସ୍ପିଡ୍ ବଢିଯାଏ ।

ଅନାବଶ୍ୟକୀୟ ଆପ୍ସ କୁ ବନ୍ଦ କରନ୍ତୁ ବା ଡିଲିଟ୍ କରନ୍ତୁ । ଏହା ଦ୍ୱାରା ଇଣ୍ଟରନେଟ୍ ସ୍ପିଡ୍ ବଢିବ । ବ୍ୟାକ୍ ଗ୍ରାଉଣ୍ଡରେ ଆକ୍ଟିଭ୍ ଥିବା ଅପ୍ସ ଇଣ୍ଟରନେଟ୍ ଟାଣି ଥାଏ । ଅଟୋ ଅପଡେଟ୍ କୁ ବନ୍ଦ କରନ୍ତୁ । ଏହା ମଧ୍ୟ ଇଣ୍ଟରନେଟ୍ ସ୍ଲୋ ହେବାର ଅନ୍ୟତମ କାରଣ । ଇଣ୍ଟରନେଟ୍ ସ୍ଲୋ ଚାଲିବାର ଅର୍ଥ କୌଣସି ଆପ୍ସ ଅପଡେଟ୍ ହେଉଛି । ତେଣୁ ଅଟୋ ଅପଡେଟ୍ ବନ୍ଦ କରନ୍ତୁ ।

ସ୍ଲୋ ଇଣ୍ଟରନେଟ୍ କାରଣରୁ ବ୍ରାଉଜରରେ ମଧ୍ୟ କୌଣସି ପେଜ୍ ଖୋଲେ ନାହିଁ । ଏଭଳି ସ୍ଥିତିରେ ଆପଣ ଲାଇଟ୍ ଭର୍ଜନ ଥିବା ବ୍ରାଉଜର ବ୍ୟବହାର କରିବାରିବା । ଯେଉଁଥିରେ ପେଜ୍ ଜଲଦି ଖୋଲି ଯିବ । ଯଦି ଅସୁବିଧା ଇଣ୍ଟରନେଟ୍ ରେ ଥାଏ , ତେବେ ଆପଣ ସେଟିଙ୍ଗକୁ ଯାଇ ରିସେଟ୍ କରିପାରିବେ । ନେଟ୍ୱାର୍କ ଅପରେଟର କୁ ଯାଇ ମାନ୍ୟୁଆଲି ଅପରେଟ୍ କରି ପାରିବ ।

ନିଜ ଫୋନର ନେଟଓ୍ଵାର୍କ ସେଟିଙ୍ଗକୁ ରିସେଟ କରନ୍ତୁ

ଷ୍ଟେପ ୧ : ସେଟିଙ୍ଗ୍ସକୁ ଯାଆନ୍ତୁ ।
ଷ୍ଟେପ ୨ : ଏହାପରେ ମୋବାଇଲ ନେଟଓ୍ଵର୍କକୁ ଖୋଜନ୍ତୁ ଏବଂ ତାହା ଉପରେ ଟ୍ୟାପ୍‌ କରନ୍ତୁ ।
ଷ୍ଟେପ ୩ : ନେଟଓ୍ଵାର୍କ ପ୍ରୋଭାଇଡରର ଅପ୍ସନ ଦେଖନ୍ତୁ ଏବଂ ତାହା ଉପରେ ଟ୍ୟାପ୍‌ କରନ୍ତୁ ।
ଷ୍ଟେପ ୪ : ସିଲେକ୍ଟ ଅଟୋମେଟିକ ଉପରେ ଟ୍ୟାପ୍‌ କରନ୍ତୁ ।
ଷ୍ଟେପ ୫ : ଟର୍ନ ଅଫ୍‌ କରିଦିଅନ୍ତୁ ।
ଏହାପରେ ଆପଣ ନିଜ ନେଟଓ୍ଵାର୍କ ପ୍ରୋଭାଇଡର (ଭୋଡାଫୋନ, ରିଲାଲାଏନ୍ସ ଜିଓ କିମ୍ବା ଏୟାରଟେଲ)କୁ ମାନୁଆଲ ରୂପରେ ଦେଖନ୍ତୁ ତାଉପରେ ଟ୍ୟାପ୍‌ କରନ୍ତୁ । ଥରେ ହୋଇଗଲା ପରେ ଆପଣଙ୍କୁ ନିଜ ଫୋନକୁ ରିଷ୍ଟାର୍ଟ କରିବାକୁ ହେବ । ଆପଣଙ୍କ ଇଣ୍ଟରନେଟ ସ୍ପିଡ ବଢ଼ଯିବ । ଏହାପରେ ଆପଣଙ୍କୁ ଫୋନରେ ୪ଜି କିମ୍ବା ଏଲଟିଇ ନେଟଓ୍ଵାର୍କକୁ ସେଟ୍‌ କରିବାକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.