ପେଟ ବାରମ୍ବାର ଦରଜ ହେଉଥିଲେ ସାବଧାନ୍‌, ହୋଇପାରେ ଏହି ରୋଗର ଲକ୍ଷଣ

ଅନେକ ଲୋକଙ୍କ ଦେହରେ ତ କିଡନୀ ଷ୍ଟୋନ ପରି ସମସ୍ୟା ଦେଖାଯାଉଛି । ଯାହା ପ୍ରଥମରୁ ଏକ ଛୋଟ ବାଲିଦାନା ପରି ହୋଇଥିବା ବେଳେ ଧିରେ ଧିରେ ଏହା ବଡ ହୋଇଥାଏ । ଅନେକ ସମୟରେ ଏହା ବଢି ବଢି ଏକ ବଲ୍‌ ଆକୃତିର ମଧ୍ୟ ହୋଇଯାଇଥାଏ ।

ଏବେ ସମସ୍ତଙ୍କର କିଛି ନା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ଅନେକ ଲୋକଙ୍କ ଦେହରେ ତ କିଡନୀ ଷ୍ଟୋନ ପରି ସମସ୍ୟା ଦେଖାଯାଉଛି । ଯାହା ପ୍ରଥମରୁ ଏକ ଛୋଟ ବାଲିଦାନା ପରି ହୋଇଥିବା ବେଳେ ଧିରେ ଧିରେ ଏହା ବଡ ହୋଇଥାଏ । ଅନେକ ସମୟରେ ଏହା ବଢି ବଢି ଏକ ବଲ୍‌ ଆକୃତିର ମଧ୍ୟ ହୋଇଯାଇଥାଏ । ମଣିଷର ଶରୀରର ପରିସ୍ରା କରିବା ରାସ୍ତାରୁ ବ୍ଳାଡର ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ କିଡନୀ ଷ୍ଟୋନ । ତେବେ ଆଜିକାଲି ଷ୍ଟୋନ ଆଉ ଏତେ ବଡ ରୋଗ ହୋଇ ନାହିଁ । ସଠିକ ଚିକିତ୍ସା ଦ୍ୱାରା ଏହାକୁ କିଛି ଦିନ ମଧ୍ୟରେ ଆରୋଗ୍ୟ କରିହେବ।

କିଡନୀ ଷ୍ଟୋନ ଯେ ପର୍ଯ୍ୟନ୍ତ କିଡନୀରେ ରହିଛି, ସେ ପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନଥାଏ । କିନ୍ତୁ ଥରେ ଏହା ଯଦି କିଡନୀରୁ ବାହାରି ୟୁରେଟରରେ ଫସିଯାଏ, ତେବେ ରୋଗୀକୁ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ରୋଗର ବିଭିନ୍ନ ଲକ୍ଷଣ ।

ଅଣ୍ଟା କିମ୍ବା ପେଟରେ ବାରମ୍ବାର ଯନ୍ତ୍ରଣା ଅନୁଭବ କରିବା କିଡନୀ ଷ୍ଟୋନର ଏକ ଲକ୍ଷଣ ହୋଇପାରେ । ହେଲ୍ଥ ଲାଇନ ଅନୁସାରେ, ପରିସ୍ରାରେ ଅସୁବିଧା ହେବା ମଧ୍ୟ କିଡନୀ ଷ୍ଟୋନର ଲକ୍ଷଣ ହୋଇଥାଏ । କିଡନୀ ଷ୍ଟୋନ ହେଲେ ପରିସ୍ରା କରିବା ସମୟରେ ଅଧିକ ଯନ୍ତ୍ରଣା ଏବଂ ଜଳାପୋଡା ମଧ୍ୟ ଅନୁଭବ ହୋଇଥାଏ । ଏହାଦ୍ୱାରା ଅଧିକାଂଶ ସମୟରେ ପରିସ୍ରା ଇଡ଼ଫେକ୍ସନ ମଧ୍ୟ ହୋଇପାରେ ।

ତେବେ ପରିସ୍ରାରେ ରକ୍ତ ପଡିବା କିଡନୀ ଷ୍ଟୋନର ସବୁଠୁ ବଡ ଲକ୍ଷଣ ହୋଇପାରେ । ଏମିତି ଲକ୍ଷଣ ଦେଖା ଦେଲେ ତୁରନ୍ତ ଯାଞ୍ଚ କରିବା ଆବଶ୍ୟକ । ବାରମ୍ବାର ଝାଡାବାନ୍ତି ମଧ୍ୟ ଏହି ରୋଗର ଏକ ଲକ୍ଷଣ । କିଡନୀ ଏବଂ ଜିଆଇ ଟ୍ରାକ ମଧ୍ୟରେ ଫସିଯିବା ଦ୍ୱାରା ଏହିଭଳି ସମସ୍ୟା ଦେଖାଦେଇଥାଏ । କିଡନୀରେ ଷ୍ଟୋନ ହେବା ଦ୍ୱାରା ପ୍ରବଳ ଥଣ୍ଡା ସହିତ ଜ୍ୱର ହୋଇପାରେ । କିଡନୀରେ ଷ୍ଟୋନ ପାଇଁ ଇନଫେକ୍ସନ ହେବା ଦ୍ୱାରା ଏଭଳି ହୋଇଥାଏ ।

ଅନେକ ସମୟରେ ଏହି ଷ୍ଟୋନ ୟୁରେଟରରେ ଫସିଯାଏ । ଯାହାଦ୍ୱାରା ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ଏବଂ ବହୁତ କମ ପରିସ୍ରା ହୋଇଥାଏ । ଅନେକ ଥର ପରିସ୍ରା ବନ୍ଦ ମଧ୍ୟ ହୋଇଯାଇଥାଏ । ତେବେ ଏଭଳି କିଛି ଲକ୍ଷଣ ଦେଖାଦେଲେ ବିଳମ୍ବ ନ କରି ଯଥାଶୀଘ୍ର ଡାକ୍ତରାଙ୍କ ସହ ପରାମର୍ଶ କରିବା ଉଚିତ । ନଚେତ ଏହା ଖୁବ ବିଳମ୍ବ ହୋଇଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.