Below header

ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ହଠାତ୍ ଅସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି।

କହି ରଖୁଛୁ ଯେ ମନୀଷ ସିସୋଦିଆଙ୍କ ପତ୍ନୀ ଲମ୍ବା ସମୟରୁ Multiple Sclerosis ନାମକ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗର ଗମ୍ଭୀର ଲକ୍ଷଣ ହେଉଛି, ଏଥିରେ ମସ୍ତିଷ୍କର ଶରୀର ଉପରୁ ନିୟନ୍ତ୍ରଣ କମିବାରେ ଲାଗିଥାଏ।

ସେପଟେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ତିହାର ଜେଲରେ ଅଛନ୍ତି। ସିବିଆଇ ଏବଂ ଇଡିର ପଚରାଉଚରା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଥିଲା, ଯାହା ପରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲା।

ସିବିଆଇର କହିବା ହେଲା, ସିସୋଦିଆ ମଦ ନୀତି ଦୁର୍ନୀତିରେ ଜଡ଼ିତ ଅଛନ୍ତି। ସିସୋଦିଆ ଗିରଫ ହେବା ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଉପରେ ବି ସିବିଆଇର ଖଣ୍ଡା ଝୁଲୁଛି। ନିକଟରେ ତାଙ୍କୁ ସମନ ଜାରି କରାଯାଇଥିଲା, ଯାହା ପରେ ତାଙ୍କୁ ପ୍ରାୟ ୯ ଘଣ୍ଟା କାଳ ପଚରାଉଚରା କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.