ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର, ୨୦୨୪ ବେଳକୁ ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ

ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ୟୁକେ ଚାରିଟି ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି । ଲଣ୍ଡନ ସହରରେ ଉପଯୁକ୍ତ ୧୫ ଏକର ଜମି ଅଧିଗ୍ରହଣ ପାଇଁ ୨୫ ମିଲିୟନ ନିବେଶ କରାଯାଇଛି । ଏହାସହ ଏକ ପ୍ରି ପ୍ଲାନିଂ ଆପ୍ଲିକେସନକୁ ଲୋକାଲ କାଉନସିଲ ନିକଟରେ ପ୍ରଦାନ କରାଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ): ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ୟୁକେ ଚାରିଟି ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି । ଏହି ନିକଟରେ ଚାରିଟିକୁ ମିଳିଛି ୨୫୦ କୋଟି ଟଙ୍କାର ଦାନ । ଭାରତ ବାହାରେ ପ୍ରଥମ ଥର ପାଇଁ ମନ୍ଦିର ନିର୍ମାଣ ସକାଶେ ଏତେ ବଡ଼ ରକମର ଦାନ କରାଯାଇଛି । ଓଡ଼ିଆ ଉଦ୍ୟେଗୀ ବିଶ୍ୱନାଥ ପଟ୍ଟନାୟକ ଏହିଦାନ କରିଛନ୍ତି । ସେ ଏବେ ଫିନନେଷ୍ଟ ଗ୍ରୁପ ଅଫ୍‌ କମ୍ପାନୀର ଚେୟାରମେନ ରହିଛନ୍ତି । ଏହାସହ ଏହି କମ୍ପାନୀର ଏମଡି ଅରୁନ କର ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ୟୁକେ ଶ୍ରୀ ଜଗନ୍ନାଥ ସୋସାଇଟି ପକ୍ଷରୁ ଅକ୍ଷୟ ତୃତୀୟା ଦିନ ହୋଇଥିବା ଜଗନ୍ନାଥ କନଭେନସନରେ ଏହି ଘୋଷଣା ହୋଇଛି ।

ଏହି କନଭେନସନରେ ୟୁକେ ରହୁଥିବା ୬୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ । ୟୁରୋପରେ ଏହା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭାରତର ଡେପୁଟି ହାଇ କମିଶନର ସୁଜିତ ଘୋଷ ଓ ଅମିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତି ପାଟମହାଦେଇ ଯୋଗ ଦେଇଥିଲେ । ଗଜପତି ମହାରାଜ ଏହି ଅବସରରେ ଜଗନ୍ନାଥଙ୍କ ପରମ୍ପରା ଓ ପୁରୁଷତ୍ତୋମ କ୍ଷେତ୍ରର ମହିମା ବଖାଣିଥିଲେ । ଏହାସହ କହିଥିଲେ ସବୁ ଧର୍ମର ଲୋକେ ନିଜ ନିଜର ଶୈଳୀରେ ଜଗନ୍ନାଥଙ୍କ ଉପାସନା କରିଥାନ୍ତି । ଜଗନ୍ନାଥଙ୍କ ଉପାସନା ଏବେ ସାରା ବିଶ୍ୱରେ ଦେଖିବାକୁ ମିଳୁଛି ।

ଲଣ୍ଡନ ସହରରେ ଉପଯୁକ୍ତ ୧୫ ଏକର ଜମି ଅଧିଗ୍ରହଣ ପାଇଁ ୨୫ ମିଲିୟନ ନିବେଶ କରାଯାଇଛି । ଏହାସହ ଏକ ପ୍ରି ପ୍ଲାନିଂ ଆପ୍ଲିକେସନକୁ ଲୋକାଲ କାଉନସିଲ ନିକଟରେ ପ୍ରଦାନ କରାଯାଇଛି । ୨୦୨୪ର ଶେଷ ବେଳକୁ ଏହାର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.