ଏହି ଦେଶର ପ୍ରଧାନମନ୍ତ୍ରୀ ମାସ୍କ ପିନ୍ଧି ନଥିବାରୁ ଦେଲେ ୧୩ ହଜାର ଜରିମାନା, କରୋନା କଟକଣା ନେଇ ପ୍ରଧାନମନ୍ତ୍ରୀ ଦେଲେ ଉଦାହରଣ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ୨.୦ ଘୋଷଣା ନେଇ ଦେଶକୁ ସମ୍ବୋଧୀତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଆଜି ଏକ ଦେଶର ପ୍ରଧାନମନ୍ତ୍ରୀଙ୍କ ଜରିମାନା କଥାର ଉଦାହରଣ ଦେଇଛନ୍ତି । କରୋନା ମହାମାରୀକୁ କିପରି ଅନ୍ୟ ଦେଶ ଶକ୍ତର ସହିତ ପାଳନ କରୁଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଦାହରଣ ଦେଇ ବୁଲ୍‌ଗାରିଆ ପ୍ରଧାନମନ୍ତ୍ରୀଙ୍କ ଉଦାହରଣ ଦେଇଥିଲେ ।

ବୁଲ୍‌ଗେରିଆ ପ୍ରଧାନମନ୍ତ୍ରୀ କିପରି ଏକ ଚର୍ଚ୍ଚକୁ ବିନା ମାସ୍କରେ ଯାଇ ୧୩ ହଜାର ଟଙ୍କା ଜରିମାନା ଦେଇଥିଲେ ତାହାର ଅବତାରଣା କରିଥିଲେ ପ୍ରଧାନମନ୍ତ୍ରୀ । ବୁଲ୍‌ଗେରିଆରେ କରୋନା ମାମଲା ବଢ଼ିବା ପରେ ଦେଶରେ ମାସ୍କ ପିନ୍ଧିବାକୁ କଡ଼ା ନିୟମ କରାଯାଇଥିଲା ।

ହେଲେ ପ୍ରଧାନମନ୍ତ୍ରୀ ଭୁଲ୍‌ବଶତଃ ମାସ୍କ ନ ପିନ୍ଧି ଥବାରୁ ତାଙ୍କୁ ମଧ୍ୟ ଜରିମାନା ଦେବାକୁ ପଡ଼ିଥିଲା ବୋଲି କହିଥିଲେ । ତେଣୁ ଦେଶର ନିୟମ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜଣେ ସାଧାରଣ ଲୋକ ବି ସମାନ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟରେ ଦୋହରାଇ ଥିଲେ ।

ଦେଶର ସମସ୍ତ ନାଗରକଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିବା ସହ ସ୍ଥାନୀୟ ପ୍ରଶାସନକୁ ସକ୍ରିୟତାର ସହ କାମ କରିବାକୁ ପଡ଼ିବ । କାରଣ ଦେଶର ୧୩୦ କୋଟି ଲୋକଙ୍କ ସୂରକ୍ଷା ଯେଉଁଠି ପ୍ରଶ୍ନ ସେଠି ପ୍ରଶାସନକୁ ଶକ୍ତର ସହ କାମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ଏଥି ସହ ନଭେମ୍ବର ମାସ ଯାଏ ଭାରତର ୮୦ କୋଟି ଗରୀବଙ୍କୁ ୫ କି.ଗ୍ରା ଚାଉଳ କିମ୍ବା ଗହମ ସହ ୧ କି.ଗ୍ରା ଡ଼ାଲି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.