Below header

ପାକ୍‌ ସଂସଦରେ ଇମ୍ରାନ ଖାନ୍‌ଙ୍କ ବୟାନ, ପାକିସ୍ତାନ ଷ୍ଟକ୍‌ ଏକ୍ସେଞ୍ଜ୍‌ ଆକ୍ରମଣ ପଛରେ ଭାରତର ହାତ

ଇସ୍‌ଲାମ୍‌ବାଦ : ପାକିସ୍ତାନ ଷ୍ଟକ୍‌ ଏକ୍ସ୍‍ଚେଞ୍ଜ୍‌ ଭବନ ଆକ୍ରମଣ ପଛରେ ଭାରତର ହାତ ଅଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି । ସୋମବାର ଚାରୀ ଜଣ ବନ୍ଧୁକଧାରୀ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ଉପରେ ଆକ୍ରମଣ କରିଥିଲେ ।

ଏଥିରେ ଦୁଇଜଣ ଗାର୍ଡ ଓ ଜଣେ ପୋଲିସଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଆମର ସୁରକ୍ଷା କର୍ମୀ ଆକ୍ରମଣକାରୀଙ୍କୁ ମାରିଦେଇଥିଲେ ବୋଲି ଇମ୍ରାନ କହିଛନ୍ତି । ପାକିସ୍ତାନ ଉପରେ ୪ଟି ଆକ୍ରମଣ ହେବ ବୋଲି ଆମର ଗୁଇନ୍ଦା ବିଭାଗ ପ୍ରକାଶ କରିଥିଲା ।

ତେବେ ଏଥିରେ ଭାରତର ହାତ ଥିବା କଥା ଇମ୍ରାନ୍‌ କହିଥିଲେ ହେଁ କୈାଣସି ସଠିକ ପ୍ରମାଣ ଦେଇନଥିଲେ । ପାକିସ୍ତାନର ଏହି ଦାବିକୁ ଭାରତ ପ୍ରତ୍ୟାକ୍ଷାନ କରିଛି । ତେବେ ପାକ୍‌ର ଏହି ଆକ୍ରମଣ ପାଇଁ ବାଲୋଚି ଲିବରସେନ୍‌ ଫ୍ରଣ୍ଟ ନିଜକୁ ଦାୟୀ କରିଛି ।  ବାଲୋଚିର ଲିବରସେନ୍‌ ଫ୍ରଣ୍ଟକୁ ଭାରତ ସହାୟତା କରୁଛି ବୋଲି ପାକ୍‌ ଅଭିଯୋଗ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.