Below header

ରାଞ୍ଚିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅର ଆତ୍ମହତ୍ୟା

ରାଞ୍ଚି : ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅର ଆତ୍ମହତ୍ୟା । ଅତିରିକ୍ତ ଡିଜି ତଦାସ ମିଶ୍ରଙ୍କ ପୁଅ ଅମିତେଶ ମିଶ୍ର ନିଜକୁ ଗୁଳି ମାରି ହତ୍ୟା କରିଛନ୍ତି। ବେଙ୍ଗାଳୁରୁ ଯିବା ପାଇଁ ସେ କାରରେ ଯାଉଥିବା ବେଳେ ବର୍ଡିଗାଡଙ୍କ ରିଭରଭଲ ଛଡ଼ାଇ ନେଇ ଗୁଳିମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ଜଣାପଡ଼ିବା ପରେ ଏଡିଜିଙ୍କ ବାସଭବନରେ ପୋଲିସ ଅଧିକାରୀଙ୍କ ଭିଡ଼ ଜମିଥିଲା। ଅମିତେଶଙ୍କର ଓଡ଼ିଶାରେ ନିଜସ୍ୱ ବ୍ୟବସାୟ ରହିଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.