Below header

୧୦ ଘଣ୍ଟାରୁ ଅଧିକ ସମୟ ଓପାସ ରହିଲେ ମହାପ୍ରଭୁ, ଅପରାହ୍ନ ଯାଏ ବନ୍ଦ ରହିଲା ଦର୍ଶନ

ପୁରୀ : ଦିନ ତମାମ ବିବାଦ ଲାଗି ରହିବା ପରେ ଅପରାହ୍ନରେ ଖୋଲିଛି ଶ୍ରୀମନ୍ଦିର। ମହାପ୍ରଭୂଙ୍କ ନୀତି ଆରମ୍ଭ ହୋଇଛି। ତେବେ ଆଜି ସାରାଦିନ ବିଶୃଙ୍ଖଳିତ ହୋଇପଡ଼ିଥିଲା ବିଶ୍ୱନିୟନ୍ତାଙ୍କ ନୀତିକାନ୍ତି। ପରିଚୟ ପତ୍ରକୁ ନେଇ ଉପୁଜିଥିବା ବିବାଦ ତୀବ୍ର ରୂପ ଧାରଣ କରିଥିଲା। ନୀତି ବାଧାପ୍ରାପ୍ତ ହୋଇ ସାରା ଦିନ ଓପାସ ରହିଛନ୍ତି ଶ୍ରୀଜଗନ୍ନାଥ। ତେବେ ସେବାୟତଙ୍କ ସହ ପ୍ରଶାସନ ଘନଘନ ଆଲୋଚନା କରିବା ପରେ ସେବାୟତମାନେ ଜିଦରୁ ଓହରିଛନ୍ତି। ଆରମ୍ଭ ହୋଇଛି ମହାପ୍ରଭୂଙ୍କ ନୀତିକାନ୍ତି।

ବିବାଦର ସମାଧାନ କରି ସେବା ଆରମ୍ଭ କରାଇବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିଥିଲା। ଘନଘନ ବୈଠକ ଅନୁଷ୍ଠିତ ହୋଇଥିଲା। ଆଉ ଶେଷରେ ବାହାରିଥିଲା ସମାଧାନ ରାସ୍ତା। ପ୍ରାୟ ୧୦ଘଣ୍ଟା ଧରି ବନ୍ଦ ରହିବା ପରେ ଜୟବିଜୟ ଦ୍ୱାର ଖୋଲିଥିଲା। ପରେ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶନ।

ମହାପ୍ରଭୁଙ୍କୁ ବିଳମ୍ବିତ ରାତି ଯାଏ ଦର୍ଶନ କରିବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଦର୍ଶନରୁ ବଞ୍ଚିତ ଭକ୍ତଙ୍କୁ ଦିଆଯିବ ଦର୍ଶନର ସୁଯୋଗ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସେବାୟତଙ୍କ ଅଭିଯୋଗ ଲିଖିତ ଭାବେ ଗ୍ରହଣ କରାଯାଇଛି। ଅଭିଯୋଗ ଉପରେ ବିଚାର କରାଯିବ ବୋଲି ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.