୨ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ରାଉରକେଲା ରେଲୱେ ପୋଲିସ

ରାଉରକେଲା (କେନ୍ୟୁଜ୍) : ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ । ରାଉରକେଲା ରେଲୱେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଛି। ଗିରଫ ଲୁଟେରା ହେଲେ ଆକବର ଅଲ୍ଲୀ। ଲୁଟ୍ ଅଳଙ୍କାର କିଣିଥିବା ଅନ୍ୟ ଜଣକୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ। ୩ ଜଣିଆ ର‍୍ୟାକେଟ୍ ରେଳବାଇ ଲୁଟରେ ସାମିଲ ଥିବା ପୋଲିସ ଜାଣିପାରିଥିଲା। ଆଜି ରାଉରକେଲା ରେଳବାଇ ପୋଲିସ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।