ବ୍ରହ୍ମଗିରିରେ ୪ ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି (କେନ୍ୟୁଜ୍) : ବନବିଭାଗ ୪ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଛି । ଏମାନଙ୍କୁ ଶିକାର କରି ଶିକାରୀ ଫେରାର ହୋଇ ଯାଇଛନ୍ତି । ଚିଲିକା କୂଳବର୍ତ୍ତୀ ବ୍ରହ୍ମଗିରି ରେଞ୍ଜର ୪ ଜଣିଆ ପାଟ୍ରୋଲିଂ ଟିମ ପାଟ୍ରୋଲିଂ କରୁଥିବା ବେଳେ ମୃତ ପକ୍ଷୀଙ୍କୁ ଉଦ୍ଧାର କରିଛି । ପକ୍ଷୀଙ୍କ ମଧ୍ୟରେ ୩ଟି ପିଣ୍ଟେଲ ଓ ଗୋଟିଏ କମନ୍ଟିଲ୍ ପ୍ରଜାତିର ବିଦେଶୀ ପକ୍ଷୀ ରହିଛନ୍ତି । ବ୍ରହ୍ମଗିରି ଡେଲାଙ୍ଗ ରାସ୍ତାର ବଡ ବନ୍ଧକେରା ସେତୁ ନିକଟରୁ ଧାନ କ୍ଷେତ୍ରରେ ୩ ଜଣ ଶିକାରୀ ଏହି ପକ୍ଷୀଙ୍କୁ ମାରି ନେଉଥିଲେ । ବନବିଭାଗ ଟିମକୁ ଦେଖି ସେମାନେ ଚମ୍ପଟ ମାରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.