Below header

ରାଜନୀତିକୁ ଆସିବେ ଆଞ୍ଜେଲିନା ଜୋଲି

ନ୍ୟୁୟର୍କ : ହଲିଉଡ୍‌ ଷ୍ଟାର ଆଞ୍ଜେଲିନା ଜୋଲି ରାଜନୀତି କରିବେ । ଭବିଷ୍ୟତରେ ରାଜନୀତିକୁ ଆସିବେ ବୋଲି ବିଚାର କରୁଥିବା ଏକ ସାକ୍ଷାତକାରରେ କହିଛନ୍ତି ଆଞ୍ଜେଲିନା । ତେବେ ଏକଥା କହିଛନ୍ତି ଯେ ୨୦ ବର୍ଷ ତଳେ ଏ ପ୍ରଶ୍ନ ପଚାରିଥିଲେ ମୁଁ ସିଧା ମନା କରି ଦେଇଥାନ୍ତି । ଏବେ କିନ୍ତୁ ସେ ସମ୍ପର୍କରେ ବିଚାର କରୁଛି ।
ଗତ କିଛି ବର୍ଷ ହେଲା ଏହି ହଲିଉଡ୍‌ ନାୟିକା ବିଭିନ୍ନ ସାମାଜିକ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି । ସେ ଜାତିସଂଘ ରିଫ୍ୟୁଜି ଏଜେନସିରେ କାର୍ଯ୍ୟ କରୁଛନ୍ତି । ଏହା ସହିତ ସଂରକ୍ଷଣ ଏବଂ ଯୌନ ନିର୍ଯାତନା ନିରୋଧ କ୍ଷେତ୍ରରେ ମଧ୍ୟ ସେ ସକ୍ରିୟ ଅଛନ୍ତି । ତାଙ୍କୁ ଆମେରିକାର ରାଷ୍ଟ୍ରପତି ପଦବି ଦୌଡ଼ରେ ରହିବେ କି ବୋଲି ପଚରା ଯିବାରୁ ସେ ମନା କରିଥିଲେ । ନିଜ ପିଲାଙ୍କ ବିଷୟରେ ସେ କହିଛନ୍ତି ଯେ ସେମାନେ ସୋସିଆଲ ମିଡିଆରେ ଏତେ ମଜ୍ଜି ରହୁଛନ୍ତି ଯେ ତାଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.