ପିକନିକ୍ ସାରି ଫେରୁଥିବା ବେଳେ ସଡକ ଦୁର୍ଘଟଣା, ମା’ ପୁଅ ମୃତ

ଘଟଗାଁ : ପିକନିକ୍ ସାରି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ମା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଅନ୍ୟ ସଦସ୍ୟ ମାନେ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ହେଉଛନ୍ତି ଅପର୍ଣ୍ଣା ସୁନ୍ଦରାୟ ଓ ସ୍ମୁର୍ତିରଞନ ସୁନ୍ଦରାୟ । ତେବେ ଗୁରୁତର ୭ ଜଣଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ତେବେ ଆହତ ମାନଙ୍କ ସ୍ବାସ୍ଥ୍ୟଅବସ୍ଥା ସଂଙ୍କଟାପର୍ଣ୍ଣ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଏପରି ଏକ ଦୁଃଖଦ ଘଟଣା ଘଟିଛି ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପେଟ୍ରୋଲ ପମ୍ପ ନିକଟରେ । ଭୁବନେଶ୍ବର ଖଣ୍ଡଗିରି ନିକଟସ୍ଥ ଆଇଗିଣିଆରୁ ଏକ ପରିବାରର ୮ ଜଣ ସଦସ୍ୟ ଓ ଗାଡି ଚାଳକ କେନ୍ଦୁଝର ସାନ ଘାଗରାରୁ ପିକିନିକ ସାରି ଫେରିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.