ହଜିଥିବା ଗାଈକୁ ଖୋଜି ଖୋଜି ପୋଲିସ ନାକେଦମ୍‌, ଟ୍ଵିଟରରେ ଛାଡ଼ିଲା ଫଟୋ ମାଗିଲା ସହାୟତା

  ଫ୍ଲୋରିଡ଼ା: ସାଉଥ ଫ୍ଲୋରିଡ଼ାରେ ଏକ ଗାଈ ହଜିଯାଇଛି । ଏ କଥା ଶୁଣିଲେ ଆପଣ କହିବେ କେଉଁ ବଡ଼କଥା ଯେ । ହେଲେ ଫ୍ଲୋରିଡ଼ା ପୋଲିସ ପାଇଁ ଏହା ଏକ ବଡ଼ କଥା ପାଲଟିଛି । ପ୍ରାୟ ସପ୍ତାହେ ହେଲା ପୋଲିସ ଏହି ଗାଇକୁ ଖୋଜି ଖୋଜି ନୟାନ୍ତ ହେଲାଣି ।

ଚୋରକୁ ପୋଲିସ ଖୋଜିବା ନୂଆ କଥା ନୁହେଁ । କେବେ କେବେ ହଜିଯାଇଥିବା ବ୍ୟକ୍ତିକୁ ଖୋଜିବା ପାଇଁ ପୋଲିସ ଟ୍ଵିଟରର ସହାୟତା ନେଇଥାଏ । ହେଲେ ଏଠାରେ ଗାଇଟିକୁ ଖୋଜିବା ପାଇଁ ପୋଲିସ ଟ୍ଵିଟରର ସହାୟତା ନେବା କଥା ଯେ କେହିଙ୍କୁ ଆଶ୍ଚର୍ଯ୍ୟ କରିବ ।

ଫ୍ଲୋରିଡ଼ା ପେମ୍‌ବ୍ରୋକ୍‌ ପାଇନ୍‌ ପୋଲିସ ଗାଇଟି ପାଇଁ ବହୁତ ଚିନ୍ତିତ । ପୋଲିସ ଗାଇର ଫଟୋ ସେୟାର କରିବା ସହ ଗାଇ ସମ୍ପର୍କରେ ଲେଖିଥିବା ଟ୍ଵିଟର ଏମିତି,‘ ଛୋଟ ଗାଇ, ଗହରା ରଙ୍ଗ, ମୁଣ୍ଡରେ ଧଳା ଚିହ୍ନ, ବାଡ଼ ଡ଼େଇଁବାରେ ଦକ୍ଷ, ପାଣିରେ ପଡ଼ି ରହିବାରେ ମଜା ନିଏ ।’ ଏଭଳି ମଜାଦାର ଖବର ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.