ବିଦେଶ ଭ୍ରମଣ କରି ଆସିଥିବା ବ୍ୟକ୍ତିମାନେ ସ୍ୱଇଚ୍ଛାରେ କରିବେ ସ୍କ୍ରିନିଂ ଓ ରିପୋର୍ଟ, ନଚେତ ଘରୁ ଉଠାଇନେବ ପୋଲିସ 

କେନ୍ୟୁଜ୍(ବ୍ୟୁରୋ):  କରୋନା ପାଇଁ ସ୍ୱାସ୍ଥ୍ୟ ବିଭାଗର ରେଗୁଲେସନ୍‌ । ଓଡ଼ିଶା COVID-୧୯ ରେଗୁଲେସନ୍‌-୨୦୨୦ ଲାଗୁ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଛି ରେଗୁଲେସନ । ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ରହିବ COVID-19 କର୍ଣ୍ଣର । ସ୍କ୍ରିନିଂ କରାଯିବାର ବ୍ୟବସ୍ଥା ରହିବ । ସ୍କ୍ରିନିଂ ସମୟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଭ୍ରମଣ ସମ୍ପର୍କିତ ସମସ୍ତ ସୂଚନା ରହିବ । ସ୍ୱଇଚ୍ଛାରେ ରିପୋର୍ଟ କରିବାକୁ କୁହାଯାଇଛି ନଚେତ୍‌ ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଉଠାଇ ନେଇପାରିବେ ପୋଲିସ । ସେହି ଅଧିକାରୀଙ୍କ ବିରୋଧରେ କୌଣସି ମାମଲା ହୋଇପାରିବ ନାହିଁ । ସେହିଭଳି ଯେଉଁ ବ୍ୟକ୍ତିମାନେ କରୋନା ନେଇ ଲୁଚାଇବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ଅଧିକାରୀ । ୧୪ ଦିନ ପୂର୍ବରୁ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା କରାଯିବା ବାଧ୍ୟତାମୂଳକ କରାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.