Below header

ଆଇନ ଜାଲରେ ଫସିଲା ସେୟାରଚାଟ, ଏହି ବଡ଼ ବଡ଼ କମ୍ପାନୀ ଆଣିଲେ କପିରାଇଟର ଅଭିଯୋଗ

ଭାରତର ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ ସେୟାର ଚାଟ ଏବେ ଫସିଛି ଆଇନ ଜାଲରେ । ଭାରତର ସବୁଠାରୁ ବଡ଼ ମ୍ୟୁଜିକ କମ୍ପାନୀ ‘ଟି-ସିରିଜ’ ପରେ ଏବେ ଦକ୍ଷିଣ ଭାରତର ଏକ ମ୍ୟୁଜିକ କମ୍ପାନୀ ‘ଲହରୀ ମ୍ୟୁଜିକ’ ସେୟାର ଚାଟ ଉପରେ କପିରାଇଟ ଲଗାଇଛି । ଲହରୀ ରେକର୍ଡିଙ୍ଗ କମ୍ପାନୀର ଆରୋପ ଅନୁଯାୟୀ ସେୟାର ଚାଟ ନିଜର ଉପଭୋକ୍ତାମାନଙ୍କୁ ତାଙ୍କ ଅଧିକୃତ ସାମଗ୍ରୀକୁ ନିଜ ପ୍ଲାଟଫର୍ମରୁ ଡାଉନଲୋଡ଼ କରିବାର ସୁଯୋଗ ଦେଉଛି । ଯାହାଦ୍ୱାରା ତାଙ୍କ କମ୍ପାନୀକୁ ଏହା ଆର୍ଥିକ ଭାବେ କ୍ଷତି ପହଁଚାଉଛି । ତେବେ ଏହି ମାମଲାକୁ ନେଇ ଲହରୀ ରେକର୍ଡିଙ୍ଗ କମ୍ପାନୀ ବାଙ୍ଗାଲୁରର ଏକ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛି । ପୋଲିସ ଭାରତୀୟ କପିରାଇଟ ଅଧିନିୟମ ୧୯୫୭ ସେକ୍ସନ ୬୩ ଏବଂ ଭାରତୀୟ ଟ୍ରେଡ଼ମାର୍କ ଅଧିନିୟମ ୧୯୯୯ ସେକ୍ସନ ୧୦୨ ଅନ୍ତର୍ଗତ ସେୟାରଚାଟ ଉପରେ ମାମଲା ରୁଜୁ କରିଛି ।

ଟି- ସିରିଜ ଡିଜିଟାଲ ଏବଂ ଲିଗାଲର ମୁଖ୍ୟଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ଦିଲ୍ଲୀ ନ୍ୟାୟାଳୟରେ ସେୟାରଚାଟ ବିରୋଧରେ କପିରାଇଟ ଉଲ୍ଲଂଘନ ମାମଲା ରୁଜୁ କରାଇଥିଲେ । ତେବେ ଉଚ୍ଚ ନ୍ୟାୟାଳୟଙ୍କ ଆଜ୍ଞା ପରେ ମଧ୍ୟ ସେୟାରଚାଟ ନିଜର ଏହି ଅପରାଧିକ ଗତିବିଧିରେ ସାମିଲ ରହିଛି ଏବଂ କପିରାଇଟ ନିୟମର ଉଲ୍ଲଂଘନ କରି ଅଦାଲତର ଆଦେଶକୁ ଅବମାନନା କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏହାସହିତ ସେ ଲହରୀ ରେକର୍ଡିଙ୍ଗ କମ୍ପାନୀର ଏହି ଅଭିଯୋଗକୁ ସମର୍ଥନ ମଧ୍ୟ କରିଥିଲେ ।

Image result for sharechat images

ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଲହରୀ ରେକର୍ଡିଙ୍ଗ କମ୍ପାନୀ କୌଣସି ଅନ୍ୟ କମ୍ପାନୀ ଉପରେ କପିରାଇଟର ଅଭିଯୋଗ ଆଣିଛି । ଏହା ପୂର୍ବରୁ ମଧ୍ୟ ୨୦୧୭ ମସିହାରେ ଏହି କମ୍ପାନୀ କ୍ୟାବ ସୁବିଧା ଉପଲବ୍ଧ କରୁଥିବା ଓଲା କମ୍ପାନୀ ଉପରେ କପିରାଇଟ ଅଭିଯୋଗ ଆଣିଥିଲା । ତାଙ୍କର ଆରୋପ ଥିଲା ଯେ ଓଲା ଟ୍ୟାକ୍ସି ଚାଳକ କନ୍ନଡ଼ ଓ ତେଲୁଗୁ ଗୀତ ତାଙ୍କ ଅନୁମତି ବିନା ଓଲା ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରୁଛନ୍ତି । ତେବେ ଏଥିପାଇଁ ଓଲା ସଂସ୍ଥାପକଙ୍କୁ ଜେଲ ଯିବାପାଇଁ ପଡିପାରେ ବୋଲି ମଧ୍ୟ ଶୁଣାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.