Below header

କରୋନା ପାଇଁ ଜାରି ହେଲା Whats app ନମ୍ବର, ମେସେଜ୍‌ କରି ପାଇପାରିବେ ସମସ୍ତ ପ୍ରଶ୍ନର ଉତ୍ତର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ଅଫିସିଆଲି ବିଶ୍ୱ ମହାମାରୀ ଘୋଷିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୨୧,୦୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୦୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଭାରତରେ ମଧ୍ୟ କରୋନାରେ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଣୁ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ଲାଗି ରହିଛି। ତେବେ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ରହିଥିବା ସନ୍ଦେହ ତଥା ବିଭିନ୍ନ ସମସ୍ୟା ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ହେପ୍ଟିକ ଏକ ହ୍ଵାଟ୍ସଆପ୍‌ ଚାଟ୍‌ ବକ୍ସ ଜାରି କରିଛି।

whatsapp

ଏହି ଚାଟବକ୍ସ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ୯୩୨୧୨୯୮୭୭୩ ନମ୍ବରରେ ମେସେଜ କରିପାବାକୁ ପଡ଼ିବ। ଏହି ନମ୍ବରରେ ମେସେଜ୍‌ କରି ଲୋକେ ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ। ଏହି ନମ୍ବରରେ ଆପଣ କରୋନାର ବେସିକ ହାଇଜିନ୍‌ ଷ୍ଟାଣ୍ଡାର୍ଡ, ଲକ୍ଷଣ ଓ ମିଛ ଗୁଜବ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ।

corona

ଲୋକଙ୍କ ମନରେ କରୋନାକୁ ନେଇଥିବା ଭ୍ରାନ୍ତ ଧାରଣାକୁ ଦୂରେଇ ସଚେତନ କରିବା ଲକ୍ଷ୍ୟରେ ଏହି ନମ୍ବର ଜାରି କରାଯାଇଛି। ଚାଟ୍‌ବକ୍ସର ହ୍ଵାଟ୍ସଆପ୍‌ ଷ୍ଟାଟସ୍‌ରେ ଲେଖାଯାଇଛି ‘ନୋବେଲ କରୋନା ଭାଇରସ୍‌ ସହ ଜଡ଼ିତ ଭୁଲ ଧାରଣା ଓ ବେସିକ ହାଇଜିନ୍‌ ବିଷୟରେ ଚାଟ ବକ୍ସ ସୂଚନା ଦେବ, ଏହାକୁ ହେପ୍ଟିକ୍‌ ତିଆରି କରିଛି’।

coronavirus

ସୂଚନାଯୋଗ୍ୟ ଯେ, କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଭାରତ ସରକାର ସମସ୍ତ ଭିସାକୁ ସସ୍‌ପେଣ୍ଡ କରିଦେଇଥିଲେ। ଭିସା ସସ୍‌ପେଣ୍ଡ ଆଜିଠାରୁ ଆରମ୍ଭ ହେଉଛି। ତେବେ କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ, ଓଡ଼ିଶା ସରକାର ସ୍କୁଲ, କଲେଜ, ଫିଲ୍ମ ହଲ୍‌ ଆଦି ସାର୍ବଜନୀନ ସ୍ଥାନକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.