Below header

୨ କୋଟି ନଗଦ ଟଙ୍କା ସହ ରାଜନେତାଙ୍କ ଝିଅ ଗିରଫ, ସୀମା ପାର କରି ଅନ୍ୟ ଦେଶକୁ ଯାଉଥିଲେ

ନୂଆଦିଲ୍ଲୀ : ଜଣେ ନେତାଙ୍କ ଝିଅ ୨ କୋଟିର ନଗଦ ଟଙ୍କା ନେଇ ଦେଶ ପାର ହେଉଥିବା ବେଳେ ସୀମା ସୁରକ୍ଷା ଟିମ ଓ କଷ୍ଟମ ଅଫିସରଙ୍କ ହାତରେ ଧରା ପଡି ଗିରଫ ହୋଇଛନ୍ତି । ଝିଅଙ୍କର ନାମ ହେଉଛି ୟଶୀ ମୋରିଆ । ୨୮ ବର୍ଷ ବୟସ୍କା ୟଶୀ ମେକ୍ସିକୋ ମିଚୋକେନ ନଗରପାଳିକାଙ୍କ ଝିଅ । ସେ ଏହି ଟଙ୍କା ନେଇ ଦେଶ ପାର ହେଉଥିବା ବେଳେ ଧରାପଡିଛନ୍ତି । ତାଙ୍କ ନାମରେ ମନି ଲଣ୍ଡରିଂ ମାମଲା ଦାୟର ହୋଇଛି ।

ରିପୋର୍ଟ ଅନୁଯାୟୀ ୟଶୀ ମୋରିଆ ୨ କୋଟିର ନଗଦ ଟଙ୍କା ଓ ବନ୍ଧୁକ ସହ ଆମେରିକାରୁ ମେକ୍ସିକୋ ଯିବାକୁ ଉଦ୍ୟମ କରୁଥିଲେ । ହେଲେ ବର୍ଡର ପାର ହେବା ପୂର୍ବରୁ ତାଙ୍କୁ ଲାରେଡୋ ଜୁଆରେଜ ଲିଙ୍କ୍‌ ବ୍ରିଜ ଉପରେ ଯାଞ୍ଚ ବେଳେ ଧରିଥିଲେ । ଯାଞ୍ଚ ବେଳେ ସେ ମିଚିକାନ ନଗରପାଳିକା ଆର୍ଟିମିୟୋ ମୋରିଆଙ୍କ ଝିଅ ବୋଲି ଜଣାପଡିଥିଲେ । କଷ୍ଟମ ଟିମ ତାଙ୍କ କାରରୁ ଦୁଇ କୋଟି ଟଙ୍କା ସହ ଦୁଇଟି ବନ୍ଧୁକ ଜବତ କରିଥିଲେ ।

ତାଙ୍କର ଏହି ଗିରଫକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମୋରିଆ ପ୍ରକାଶ କରିଛନ୍ତି । ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଏହା ଏକ ଚାଲ ବୋଲି ମୋରିଆ କହିଛନ୍ତି । ତେବେ ତାଙ୍କୁ ୪ ଲକ୍ଷ ଟଙ୍କା ମୁଚାଲିକାରେ ଜେଲରୁ ମୁକ୍ତ କରିଥିବା ଜଣାଯାଇଛି ।

cash
photo credit : aajtak.in

ପ୍ରକାଶଯୋଗ୍ୟ ଯେ ଆମେରିକା ନିୟମ ଅନୁଯାୟୀ କେହି ଯଦି ଅଧିକ ଟଙ୍କା ଅନ୍ୟ ଦେଶକୁ ନେବାକୁ ଚାହାଁନ୍ତି, ତେବେ ତାଙ୍କୁ ସୀମା ସୁରକ୍ଷା ଟିମକୁ ପୂର୍ବରୁ ଜଣାଇବା ଦରକାର ହୋଇଥାଏ । କାରଣ ନିୟମ ଅନୁଯାୟୀ ପୂର୍ବରୁ ସୀମା ସୁରକ୍ଷା ଟିମକୁ କୁହାଯାଇଥିବା ଟଙ୍କାକୁ ବିନା ବାଧାରେ ଦେଶ ବାହାରକୁ ନିଆଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.