ବାଙ୍କୀ: ମହାନଦୀ ପଠାରେ ଭାସିଯାଇଥିବା ଗାଈ ପଲ ଉଦ୍ଧାର

ବାଙ୍କୀ(କେନ୍ୟୁଜ୍): ଆଜି ଅପରାହ୍ନ ୩ଟା ସମୟରେ ବାଙ୍କୀ ସୁନାଦେଇ ପାହାଡ଼ ନିକଟ ମହାନଦୀ କୂଳରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଗାଈ ଘାସ ଖାଉଥିଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ୩୦ ଗୋଟି ଗାଈ ପାଣି ପିଇବାକୁ ମହାନଦୀକୁ ଯାଇଥିଲେ।ମାତ୍ର ସେଠାରେ ପାଣିର ସ୍ରୋତ ପ୍ରଖର ଥିବାରୁ ଗାଈପଲ ପାଣିରେ ଭାସି ଯାଇଥିଲେ।

ସେମାନେ ପାଣିରେ କିଛି ବାଟ ଭାସିଭାସି ଯାଉଥିବାବେଳେ ମହାନଦୀର ଏକ ପଠାରେ ଲାଗିଥିଲେ।ଏପଟେ ଗାଈ ଚରାଳି ଗାଈ ଭାସିଯିବାର ଖବର ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବାଙ୍କୀ ଅଗ୍ନିଶମ ବାହିନୀ ପହଞ୍ଚି କୌଶଳ କ୍ରମେ ୨୭ଟି ଯାକ ଗାଈକୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.