ଚୀନରେ ଲାଗିଲା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବିରୋଧରେ ପୋଷ୍ଟର, ଜାଣନ୍ତୁ କ’ଣ କାରଣ

ବେଜିଂଗ : ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଲଗାତାର ୩ୟ ଥର ପାଇଁ ଶାସନ ସମ୍ଭାଳିବାର ପ୍ରସ୍ତାବ ରହିଛି । ରାଜଧାନୀ ବେଜିଂରେ ୧୬ ଅକ୍ଟୋବରରେ ହେବାକୁ ଥିବା ୪ ଦିବସୀୟ ବୈଠକରେ ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟିର ନେତା ଏହି ସମ୍ପର୍କରେ ଏକ ପ୍ରସ୍ତାବ ପାସ କରିବେ । ଏହି ପ୍ରସ୍ତାବ ପାସ ହେବା ପୂର୍ବରୁ ଦେଶରେ କେତେକ ସ୍ଥାନରେ ଚିନପିଙ୍ଗଙ୍କ ବିରୋଧରେ ଲୋକେ ପୋଷ୍ଟର ଲଗାଇଛନ୍ତି।

କୋଭିଡ ଚ୍ୟାଲେଞ୍ଜକୁ ଜିନପିଙ୍ଗ ଠିକ ଭାବେ ସମାଧାନ କରି ପାରି ନଥିବାରୁ ଚିନପିଙ୍ଗଙ୍କ ବିରୋଧରେ ଜନସାଧାରଣଙ୍କ ଆକ୍ରୋଶ ବଢ଼ିଛି । ଯେଉଁଥି ପାଇଁ ଚିନପିଙ୍ଗକୁ ଏକଛତ୍ରବାଦ । ଶାସକ ଭାବେ ଲୋକେ କହିବାକୁ ପଛାଇ ନାହାଁନ୍ତି । ପୋଷ୍ଟରରେ ଲେଖାଯାଇଛି ‘କରୋନା ଟେଷ୍ଟ ନୁହେଁ, ଖାଦ୍ୟ ଦରକାର, ସାଂସ୍କୃତିକ କ୍ରାନ୍ତି ନୁହେଁ, ସୁଧାର ଦରକାର ।

china
photo : jagran.com

ଚୀନରେ ରାଜନୈତିକ ବିରୋଧ ଖୁବ କମ ଦେଖିବାକୁ ମିଳେ । ଏତେସବୁ ବିରୋଧ ସତ୍ତ୍ୱେ ଚୀନରେ କୋଭିଡ ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କମ୍ୟୁନିଷ୍ଟ ପାର୍ଟି ବିରୋଧରେ ପ୍ରାୟ ୫ ବର୍ଷ ପରେ ଏପରି ଆନ୍ଦୋଳନ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.