Below header

ଗ୍ରୀସ ଗସ୍ତରେ ମୋଦି: ଦୀର୍ଘ ୪୦ ବର୍ଷ ପରେ ଗ୍ରୀସ ପହଞ୍ଚିଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ

ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ୪୦ ବର୍ଷରେ ପ୍ରଥମ ଥର ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଗ୍ରୀସ ଗସ୍ତ । ବ୍ରିକ୍ସ ସମ୍ମିଳନୀ ରେ ଯୋଗଦେବା ପରେ ଗ୍ରୀସ୍ତ ଗସ୍ତରେ ପ୍ରଧାନମନ୍ତ୍ରୀ । ଶେଷଥର ପାଇଁ ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଗସ୍ତରେ ଯାଇଥିଲେ । ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ଗ୍ରୀସ ଯାଉଛନ୍ତି ମୋଦି।

ନୂଆଦିଲ୍ଲୀ : ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ୪୦ ବର୍ଷରେ ପ୍ରଥମ ଥର ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଗ୍ରୀସ ଗସ୍ତ । ବ୍ରିକ୍ସ ସମ୍ମିଳନୀ ରେ ଯୋଗଦେବା ପରେ ଗ୍ରୀସ୍ତ ଗସ୍ତରେ ପ୍ରଧାନମନ୍ତ୍ରୀ । ଶେଷଥର ପାଇଁ ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଗସ୍ତରେ ଯାଇଥିଲେ । ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ଗ୍ରୀସ ଯାଉଛନ୍ତି ମୋଦି। ମୋଦି ଗ୍ରୀସରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ଗ୍ରୀସ ପ୍ରଧାନମନ୍ତ୍ରୀ କାଇରାକୋସ ମିଟସୋଟାକିସଙ୍କ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା ରହିଛି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୂତ କରିବା ନେଇ ହେବ ଆଲୋଚନା । ପରେ ମୋଦିଙ୍କ ଗ୍ରୀସ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ବିଜନେସ ଲିଡରଙ୍କୁ ଭେଟିବେ । ଭାରତୀୟ ସମୁଦାୟଙ୍କ ସହ ଆଲୋଚନା କରିବାର ମଧ୍ୟ ମୋଦିଙ୍କ କାର୍ଯ୍ୟକ୍ରମ ରହିଛି । ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲଞ୍ଚ୍ ରେ ଆପ୍ୟାୟିତ କରିବେ ଗ୍ରୀସ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପୂର୍ବରୁ ଗ୍ରୀସରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଭାରତୀୟ ପ୍ରବାସୀ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷ ଣ କରିବାକୁ ରିହଲର୍ସାଲ କରୁଛନ୍ତି ବଲିଉଡ ଡ୍ୟାନ୍ସ ଏକାଡେମୀର ଗ୍ରୀକ ଛାତ୍ରଛାତ୍ରୀ । ଭାରତୀୟ ସଙ୍ଗୀତରେ ନାଚିବେ ଉଭୟ ପ୍ରବାସୀ ଓ ଗ୍ରୀକ ଛାତ୍ରଛାତ୍ରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.