ଆଜି ସବୁଠୁ ଖରାପ ସ୍ଥିତି ଥିବା ୭ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ୭ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଠୁ ଖରାପ ସ୍ଥିତିରେ ଥିବା ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ୭ଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ ଓ ପଞ୍ଜାବ । ଏହି ୭ଟି ରାଜ୍ୟର ଆକ୍ଟିଭ୍‌ ମାମଲା ଦେଶର ମୋଟ ଆକ୍ସିଭ୍‌ ମାମଲାର ୬୩ ପ୍ରତିଶତ ।

ସେହିଭଳି ଏହି ୭ଟି ରାଜ୍ୟର ସଂକ୍ରମଣ ଦେଶର ମୋଟ ସଂକ୍ରମଣର ୬୫ ପ୍ରତିଶତ ଓ ଦେଶର ମୋଟ ମୃତୁର ୭୭ ପ୍ରତିଶତ । ପଞ୍ଜାବ ଓ ଦିଲ୍ଲୀରେ ଏବେ ସଂକ୍ରମଣ ବଢି ଚାଲିଛି । ସ୍ଥତି ଗମ୍ଭୀର ଥିବାରୁ ଏହି ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.