ଯେତେବେଳେ ସାମ୍ନାରେ ସାପ ଦେଖିଲେ ପ୍ରିୟଙ୍କା ଗାନ୍ଧୀ . . ଭୟ ନକରି ହାତରେ ଧରି ଖେଳିବାକୁ ଲାଗିଲେ, ଭିଡିଓ ହେଉଛି ଭାଇରାଲ୍

ନିର୍ବାଚନ ପ୍ରଚାରରେ ନେତାଙ୍କ ଅନେକ ରୂପ ଏବଂ ରଙ୍ଗ ଦେଖିବାକୁ ମିଳୁଛି । କିଏ ବଡ଼ ବଡ଼ ଭାଷଣ ଦେଇ ତ କିଏ ଭୋଟରଙ୍କ ସହ ମିଶି ସେମାନଙ୍କୁ ଆକୃଷ୍ଟ କରୁଛି । ହେଲେ କଂଗ୍ରେସ୍ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କିଛି ଅଲଗା ରୂପ ହିଁ ଦେଖିବାକୁ ମିଳିଛି । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ସାପ ସହ ଖେଳୁଛନ୍ତି ପ୍ରିୟଙ୍କା ।

ମା’ ସୋନିଆ ଗାନ୍ଧୀଙ୍କ ସହ ରାଏବରେଲିରେ ପ୍ରଚାର କରିବା ସମୟରେ ଜଣେ ସାପୁଆ କେଳା ସହ ଭେଟ କରିଥିଲେ ପ୍ରିୟଙ୍କା । ଏହା ସହ ସାପ ବିଷୟରେ ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ । ତେବେ ଏହି ସମୟରେ ଦେଖିବାକୁ ମିଳିଥିଲା ଭୟ ନକରି ନିଜ ହାତରେ ସାପ ଗଡିକୁ ଉଠାଇଥିଲେ ପ୍ରିୟଙ୍କା ।

ଏହା ସହ ପଢନ୍ତୁ ସ୍ମୃତି ଇରାନୀଙ୍କ ଫାୟାର୍ ବ୍ରିଗେଡ୍ ଅବତାର, ଜଳୁଥିବା ଫସଲକୁ ଲିଭାଇବା ପାଇଁ ନିଜେ ଭିଡିଲେ ଅଣ୍ଟା

ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ପ୍ରିୟଙ୍କାଙ୍କ ଏଭଳି ଅନ୍ଦାଜ ଦେଖିବାକୁ ମିଳିଥିଲା । କେତେବେଳେ ପିଲାଙ୍କ ସହ ହସି ହସି କଥା ହେଉଛନ୍ତି ତ କେତେବେଳେ ପିଲାଙ୍କ ସର୍ଟ ବଟନ୍ ଠିକ୍ କରୁଥିବାର ନଜର ଆସୁଛନ୍ତି । ଏହା ହିଁ କାରଣ ଯେ ଯୁବପିଢି ମଧ୍ୟରେ ବେଶ୍ ଲୋକପ୍ରିୟ ପ୍ରିୟଙ୍କା ଗାନ୍ଧୀ ।

ଦେଖନ୍ତୁ ଭିଡିଓ

Leave A Reply

Your email address will not be published.