ଆମେରିକାରେ ପରିସ୍ଥିତି ଅଣାୟତ୍ତ, ୪୦ ରୁ ଅଧିକ ସହରରେ କର୍ଫ୍ୟୁ ଜାରି

ଆମେରିକା: ଆମେରିକାର ମିନେସୋଟାରେ ୪୬ ବର୍ଷୀୟ ଜର୍ଜ ଫ୍ଲଏଡ୍‌ ନାମକ ଜଣେ ଆଫ୍ରିକୀୟ-ଆମେରିକୀୟ କଳା ନାଗରିକଙ୍କୁ ପୁଲିସ ଅଧିକାରୀ ମାରିଦେବା ଘଟଣାକୁ ନେଇ ହିଂସା ଭୟଙ୍କର ରୂପ ଧାରଣ କରିଛି। ପୋଲିସର ବର୍ବରତା ପ୍ରତିବାଦରେ ଥମୁନି ଉତ୍ତେଜନା। ହ୍ଵାଇଟ ହାଉସ ବାହାରେ ବିକ୍ଷୋଭକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୩୦ଟି ସହରରେ ପରିସ୍ଥିତି ଅଣାୟତ୍ତ ହୋଇଛି। ଯାହାଫଳରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଙ୍କରରେ ନେଇ ରଖାଯାଇଥିଲା। ଏହି ଘଟଣାରେ ପ୍ରାୟ ୨ ହଜାର ଲୋକଙ୍କୁ ଗିରଫ କରିଛି ପୋଲିସ ।

americaଅପରପଟେ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଓ୍ଵାସିଂଟନ DCରେ ସେନା ମୁତୟନ କରାଯାଇଛି। ହିଂସାକୁ ଆତଙ୍କବାଦୀ କାର୍ଯ୍ୟକଳାପ କହିବା ସହ ରାଷ୍ଟ୍ରପତି ହିସାବରେ ଦେଶର ଲୋକଙ୍କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ଟ୍ରମ୍ପ। ତେବେ ୫୨ବର୍ଷରେ ଆମେରିକାରେ ଏହା ସବୁଠୁ ବଡ ହିଂସା।  ତେବେ ଏହି ହିଂସାକୁ ଆଖିରେ ରଖି ୪୦ ରୁ ଅଧିକ ସହରରେ କର୍ଫ୍ୟୁ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.