Below header

ଇସ୍ତଫା ପରେ….. ଟୁଇଟରରେ ପ୍ରୋଫାଇଲ ବଦଳାଇଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହିତ ଟୁଇଟରରେ ବି ନିଜ ଇସ୍ତଫାର ମୋହର ମାରି ଦେଇଛନ୍ତି। ରାହୁଲ ନିଜ ଟୁଇଟର ପ୍ରୋଫାଇଲରେ କଂଗ୍ରେସ ଅଧ୍ୟକ୍ଷ ହଟାଇ ଏବେ କେବଳ କଂଗ୍ରେସ ସଦସ୍ୟ ଏବଂ ସାଂସଦ ଲେଖିଛନ୍ତି। ଅନେକ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶ ସତ୍ତ୍ବେ ସେ ନିଜ ଜିଦରେ ଅଟଳ ରହିଛନ୍ତି।

ଇସ୍ତଫା ଦେବା ପରେ ରାହୁଲ କଂଗ୍ରେସ କାର୍ଯ୍ୟ ସମିତି (ସିଡବ୍ଲୁସି) ବୈଠକ ଡକାଇ ଯେତେ ଶୀଘ୍ର ନୂଆ ଅଧ୍ୟକ୍ଷ ଚୟନ କରିବା କଥା କହିଛନ୍ତି। ୪ ପୃଷ୍ଠାର ଏକ ଇସ୍ତଫା ପତ୍ର ପଠାଇବା ସହିତ ତାକୁ ଟୁଇଟରରେ ସେୟାର କରିଛନ୍ତି। ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ହାରିବା କାରଣରୁ ସେ ଦାୟିତ୍ବ ଭାରଦେବାକୁ ଚାହୁଁଛନ୍ତି। ଯଦି ଦାୟିତ୍ବବୋଧରୁ ମୁଁ ଦୂରେଇ ଯାଇ ହାରିବାର କାରଣ ଅନ୍ୟମାନଙ୍କ ଉପରେ ଲଦି ଦିଏ, ତେବେ ଏହା ଭୁଲ ହେବ। ଦଳକୁ ମଜଭୁତ କରିବା ପାଇଁ ଏବେ କଠିନ ନିଷ୍ପତ୍ତି ନେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.