ପାଟକୁରା ବିଧାନସଭା ଆସନ ପାଇଁ ବିଜେଡିର ରଣନୀତି

ପାଟକୁରା ବିଧାନସଭା ଆସନ ନିର୍ବାଚନ ତାରିଖ ଯେ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ । ସେଥିପାଇଁ ବିଜେଡିର ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇଛି। ନବୀନ ନିବାସରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି। ପାଟକୁରାରେ ଦଳ ସାଙ୍ଗଠନିକ ସ୍ଥିତି ମଜଭୁତ୍ ରହିଛି। ପାଟକୁରା ନିର୍ବାଚନ ପାଇଁ ଯାହାକୁ ଯାହା ଦାୟିତ୍ୱ ମିଳିଛି ତାହାକୁ ସମ୍ପୃକ୍ତ ନେତାମାନେ ତୁଲାଉଛନ୍ତି। ବିଜେଡି ପାଟକୁରାରେ ବିଜୟ ଲାଭ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.